Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂକୀର୍ତ୍ତନ କଳାକାର ମହାସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର:କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ଏବଂ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ମିଳିତ ଉଦ୍ୟମରେ ଶ୍ରୀପଞ୍ଚମୀ, ଫେବୃଆରୀ ୧୪ ତାରିଖ ଓଡ଼ିଶା ନାଟ୍ୟ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଳାକାର ଶୋଭାଯାତ୍ରା, ସଂକୀର୍ତ୍ତନ କଳାକାର ମହାସମାବେଶ ଏବଂ ସନ୍ଧ୍ଯାରେ ରାଜ୍ୟର ନାମୀଦାମୀ ବରିଷ୍ଠ କଳାକାରମାନଙ୍କୁ ନେଇ ପୌରାଣିକ ନାଟକ ‘ବାଣହରଣ’ ପରିବେଷଣ ନେଇ ଚୂଡାନ୍ତ ନିସ୍ପତି ନିଆଯାଇଥିଲା। ସଂକୀର୍ତ୍ତନ ଦଳମାନେ ଯଥାଶୀଘ୍ର ସେମାନଙ୍କ ଅଂଶ ଗ୍ରହଣ ସଂକ୍ରାନ୍ତ ତଥ୍ଯ ଯୋଗାଇ ଦେବା ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
ବୈଠକ ପୂର୍ବରୁ ଦେଶର ୭୫ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯାଇଥିଲା। ମାନସ ଭବନ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରରେ ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଶଙ୍କର୍ଷଣ ସାବତ, ପ୍ରାକ୍ତନ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, କଳାପ୍ରାଣ କୈଳାସ ପାଣିଗ୍ରାହୀ, କଳାକାର ତଥା ସାରସ୍ବତ ସାଧକ ଗିରିଜା ଶଙ୍କର ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗଣରାଜ୍ୟ ଦିବସର ଇତିବୃତ୍ତି ଏବଂ ଅନୁଚିନ୍ତା ବ୍ୟକ୍ତ କରିଥିଲେ। ସର୍ବଶ୍ରୀ ପ୍ରଦୀପ କୁମାର ସାହୁ, କୁନୁ ବେହେରା, ଚିତ୍ତରଞ୍ଜନ ଦଳେଇ, ମହେନ୍ଦ୍ର କୁମାର ସାହୁ, ଭାସ୍କର ପାତ୍ର, ସନିଆ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ବୈଠକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ବଳଦେବ ସାହୁ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ