Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଖଡ଼ଗେ, ଓଡିଶା ବଞ୍ଚାଓ ସମାବେଶରେ  ଦେବେ ଯୋଗ, ଚଳଚଞ୍ଚଳ କଂଗ୍ରେସ ଶିବିର

ଭୁବନେଶ୍ଵର: ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଠାରେ ଲୋୟର ପିଏମଜିରେ ଓଡିଶା ବଞ୍ଚାଓ ସମାବେଶରେ ଯୋଗ ଦେବେ। ସମାବେଶକୁ ଉଦବୋଧନ ଦେଇ କଂଗ୍ରେସ କର୍ମୀଙ୍କ ମନୋବଳ ବଢାଇବେ। ପୁଣି ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏ ନେଇ ଆଜି ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ସୂଚନା ଦେଇଛନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତକୁ ନେଇ  ରାଜ୍ୟ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି। ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ କାର୍ଯ୍ୟର ତଦାରଖ କରୁଛନ୍ତି। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପିସିସି ସଭାପତି ଶରତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନିର୍ବାଚନ ଆଗରୁ ଯେଉଁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର ତାହା ପୂରଣ କରିନାହାନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ଜନତାଙ୍କ ଭାବବେଗ ସହ ଖେଳ ଖେଳୁଛନ୍ତି । କେବଳ ଭୋଟ ଆସିଲେ ମହାପ୍ରଭୁ ଜଗନ୍ନାଥ ଏବଂ ମା’ ସମଲେଇଙ୍କ କଥା ମନେପଡୁଛି । ରାଜ୍ୟରେ ନିଶ୍ଚିନ୍ତ ଭାବରେ ରାଜନୈତିକ ପରିବର୍ତ୍ତନ ହେବ ବୋଲି ପିସିସି ସଭାପତି କହିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୨୫ ତାରିଖରେ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସଂପର୍କ ଥିବା ଅଭିଯୋଗ କରି ଦୁଇ ଦଳଙ୍କୁ ବିବାହ କରାଇଛି କଂଗ୍ରେସ। ଏହି ବାହାଘର ଆୟୋଜନ ମାଷ୍ଟର କ୍ୟାଂଟିନ ନିକଟସ୍ଥ କଂଗ୍ରେସ ଭବନରେ ଗୁରୁବାର ଆୟୋଜନ ହୋଇଥିଲା । ବିବାହ ପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ବଂଟା ଯାଇଥିଲା । ମାଷ୍ଟର କ୍ୟାଂଟିନ ଛକରେ ବେଦୀ ତିଆରି ହୋଇଥିବା ବେଳେ ବରଯାତ୍ରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ବର ଓ କନ୍ୟା ବେଶରେ କଂଗ୍ରେସର ନେତା ମାନେ ବସିଥିଲେ । ବିଜେଡି ବର ଓ ବିଜେପି କନିଆ ସାଜିଥିବା ବେଳେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଛି । ତେଲେଙ୍ଗାନା ଥିଓରୀ ଆପଣେଇ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିଲା କଂଗ୍ରେସ ।