Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି, ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ଦାୟିତ୍ଵ

ନୂଆଦିଲ୍ଲୀ: ୨୦୨୪ ନିର୍ବାନଚ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛି ଭାରତୀୟ ଜନତା ପାର୍ଟି। ଏହାକୁ ଦୃଷ୍ଟିରେ ରଖି ଆଜି ପାର୍ଟି ୨୩ ରାଜ୍ୟଗୁଡ଼ିକ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ତାଲିକା ଘୋଷଣା କରାଯାଇଛି। ଏଥିରେ ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦେଶର ସବୁଠୁ ବଡ଼ ରାଜ୍ୟ  ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିଛି। ଏହି ତାଲିକା ବିଜେପିର ରାଷ୍ଟ୍ରୀୟ ସାଧାରନ ସଂପାଦକ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ ଦ୍ଵାରା ଜାରି କରାଯାଇଛି।

ବିନୋଦ ତାଓ୍ଵଡ଼େ ଓ ସାଂସଦ ଦୀପକ ପ୍ରକାଶଙ୍କୁ ବିହାରର ଦାୟିତ୍ଵ ଦିଆଯାଇଛି। ଲତା ଉସେଣ୍ଡିଙ୍କୁ ଓଡ଼ିଶା ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ ଅମିତ ଶାହ। ଏହାପରେ ୨୦୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ଏବେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦେଶର ସର୍ବବୃହତ୍ତ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିଛି। 

ବିଜେପି ସବୁଠୁ ଅଧିକ ୩ ନେତାଙ୍କୁ ପଶ୍ଚିମବଙ୍ଗର ଦାୟିତ୍ଵ ଦେଇଛି। ପଶ୍ଚିମବଙ୍ଗରେ ମଙ୍ଗଲ ପାଣ୍ଡେ, ଅମିତ୍ ମାଲଭୀୟ ଓ ଆଶା ଲକଡ଼ାଙ୍କୁ ପ୍ରଭାରୀ ଓ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେପଟେ ଉତ୍ତର ପ୍ରଦେଶ ଭଳି ରାଜନୈତିକ ଦୃଷ୍ଟିକୋଣରୁ ସବୁଠୁ ବଡ଼ ରାଜ୍ୟରେ ଜଣେ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି କେରଳ ପ୍ରଭାରୀ ଭାବେ ପ୍ରକାଶ ଜାଭେଦକରଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ପଞ୍ଜାବରେ ବିଜୟ ରୂପାଣୀ ଓ ନରିନ୍ଦର ସିଂହଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି। ତାମିଲନାଡୁର ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ପଶ୍ଚିମବଙ୍ଗର ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ ଏବଂ ଆଶା ଲକଡ଼ାଙ୍କୁ ପ୍ରଭାରୀ କରାଯାଇଛି।