Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଷ୍ଠା ଦିବସ ରେ ଅଲୋଡ଼ା ପ୍ରତିଷ୍ଠାତା।

ହାଟଡିହି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହାଟଡିହି ବ୍ଲକ ପାଳୁଛି ୬୪ ତମ ଜନ୍ମଦିନ। ଏହି ଜନ୍ମଦିନ ରେ ପାଳନ ରେ ଜନ୍ମଦାତା କୁ ଭୁଲିଗଲେ ମଣ୍ଡଳ ଅଧିକାରୀ।ନିଜ କର୍ମଚାରୀ ଓ କିଛି ଜନପ୍ରତିନିଧି ମାନଙ୍କ ମଧ୍ୟରେ କେକ୍ କାଟି ପାଳନ କରିଛନ୍ତି ଜନ୍ମଦିନ।ମାତ୍ର ହାତଗଣତି କେଇଜଣ କର୍ମଚାରୀ ଓ ଜନପ୍ରତିନିଧି ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରି ବାହା ବାହା ନେଉଛନ୍ତି ବିଡିଓ ସୌମ୍ୟଶ୍ରି ପାଣିଗ୍ରାହୀ।ହାଟଡିହି ବ୍ଲକ ୧୯୬୧ ମସିହାରେ ସ୍ଥାପିତ ହୋଇଥିଲା। ହାଟଡିହି ଅଞ୍ଚଳର ଥିବା କିଛି ମହାନ ବ୍ୟକ୍ତିଙ୍କ ଅବଦାନ ଓ ସହଯୋଗରେ ନିର୍ମାଣ ହୋଇଥିଲା ହାଟଡିହି ବ୍ଲକ କିଛି ମହାନ ବ୍ୟକ୍ତି ମୃତ୍ୟବରଣ କରିସାରିଥିବା ବେଳେ ଏବେବି ଜୀବିତ ଅଛନ୍ତି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଅବସରପ୍ରାପ୍ତ ଏଷ୍ଟାବ୍ଲିସ୍ ମେଣ୍ଟ କିରାଣୀ ପ୍ରେମାନନ୍ଦ ଜେନା। ଙ୍କ ଭଳି କେତେକ ମହତ୍ ବ୍ୟକ୍ତି ଙ୍କ ପାଇଁ ଆଜି ଖୁସି ପାଳୁ ଥିବା ଅଧିକାର ମାନଙ୍କ ମଧ୍ୟରେ ଏହି ସାଧାରଣ ଚେତନା ନଥିବା ବେଳେ ପ୍ରେମାନନ୍ଦ ଙ୍କୁ ବ୍ଲକ ଜନ୍ମଦିନ ରେ ପାଳନ ଡାକିଲେ ନାହିଁ କି ସୂଚନା ମଧ୍ୟ ଦେଇ ନଥିବା ଦେଖିବାକୁ ମିଳିଥିଲା। ଏହା ସହ ହାଟଡିହି ମଣ୍ଡଳ ଅଧିକାରୀ ନିଜେ କୁନି ଶିଶୁ ହିମାନ୍ଦ୍ରୀ ନନ୍ଦିନୀ ଓଝା ସୁନ୍ଦର ଗୀତ ମାଧ୍ୟମ ରେ ଦେଶ ସ୍ଵାଧୀନ ର ବାର୍ତ୍ତା ଦେଇଥିବା ବେଳେ ତାଙ୍କ ଗୀତ ଗାନ କୁ ଖୁସି ହୋଇ ବିଡ଼ିଓ ସୋମାଶ୍ରି ପାଣିଗ୍ରାହି ତାଳି ମାରିବାକୁ ସମସ୍ତଙ୍କୁ କହିଥିଲା ବେଳେ ମାତ୍ର ସାର୍ଟିଫିକେଟ ଟିଏ ମଧ୍ୟ ଦେବାକୁ ଇଚ୍ଛା କରିନଥିଲେ। ବିଚରା କୁନି ଶିଶୁ ଟିର ଏଭଳି ଇଚ୍ଛା ଶକ୍ତି ରେ ସମସ୍ତେ ଖୁସି ହୋଇ ସେଲଫି ନେଇ ଥିବା ବେଳେ ତାଙ୍କର ସୁନ୍ଦର ଭାଷଣ ଓ ସୁନ୍ଦର ବେଶ ଭୂଷା ପାଇଁ କୌଣସି ଲକ୍ଷ୍ୟ ଦିଆ ଯାଇନଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ କୁନି କୁନି ପିଲା ମାନଙ୍କୁ ବ୍ଲକ ଆଗରେ ଛିଡା କରି ନିଜ ନିଜ ଭିତରେ ସୁନ୍ଦର କାମ କରି ଥିବା ଦର୍ଶାଇ ମାନ ପାତ୍ର ଓ ଉପଢୋକନ୍ କୁ ଭାଗ କରି ନେଇଥିବା ଦେଖିବାକୁ ମିଳିଛି। ଏହା ଛଡା ପ୍ରତି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାରୁ କିଛି ଫଟୋ ଉତ୍ତୋଳନ କାରୀ ଙ୍କୁ ଡାକି ହାଟଡିହି ବ୍ଲକ ସରକାରୀ ପାଣ୍ଠି ରୁ ହଜାର ହଜାର ଟଙ୍କା ଦେଉଥିବା ଚର୍ଚ୍ଚା ହେଉଥିଲା ବେଳେ ଏଭଳି ମନ ମାନି କରୁଥିବା ରୁ ବ୍ଲକ ରେ ବିଡ଼ିଓ ଙ୍କ କାର୍ଯ୍ୟ କାର୍ଯ୍ୟକ୍ରମ କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ