Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ବୈଠକ ରେ ଅଘଟଣ:ନିଆଁ ଲାଗିବା ଆଶଙ୍କାକୁ ଏଡେଇବାକୁ ଯାଇ ତରଳ ଗରମ ଘିଅ ପଡି ବିଜେପି କ୍ଷେତ୍ରୀୟ ପ୍ରବକ୍ତା ଆହତ

ସମ୍ବଲପୁର:ଆଜି ବିଜେପି ର ସମ୍ବଲପୁର ବିଧାନସଭାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ୍ ଚାଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଏହି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା । ବିଜେପି ର ପ୍ରତ୍ୟେକ କାର୍ଯକ୍ରମ ବା ବୈଠକ ପୂର୍ବରୁ ଭାରତ ମାତା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫୋଟୋ ରେ ପୁଷ୍ପ ଦେଇ ଦୀପ ପ୍ରଜ୍ବଳନ କରାଯାଇ ଥାଏ । ଆଜି ମଧ୍ଯ ସେଇ ପୁଜାର୍ଚ୍ଚନା କରାଯାଇ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସିମାଞ୍ଚାଲ ଖଟେଇ, ଜିଲ୍ଲା ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅନିଲ କୁମାର ଙ୍କ ସମେତ ସମସ୍ତ ମୋର୍ଚ୍ଚା ପଦାଧିକାରୀ ଏବଂ ସମ୍ବଲପୁର ବିଧାନସଭା ଅନ୍ତର୍ଗତ ସତୋଟି ଯାକ ମଣ୍ଡଳ ରୁ ପଦାଧିକାରୀ ଓ ବିରଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
କାର୍ଯକ୍ରମ ଚାଲୁଥିବା ସମୟରେ ପ୍ରଜ୍ବଳିତ ଦୀପ ଜୋର୍ ଜୋର୍ ଜଳିବାକୁ ଲାଗିଲା ଓ ଦୀପ ଶିଖାରୁ ଅଗ୍ନି ଝୁଲା ଖସିବାକୁ ଲାଗିଲା । ଏହାକୁ ଲକ୍ଷ ଦେଖି ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି। ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ସମେତ ଅନ୍ୟ ତିନୋଟି ଫୋଟୋ ଥିବା ଓ ଦୀପ ଥିବା ଝରକା ଟି ପ୍ଲାଏଉଡ୍ ରେ ତିଆରି । ତେଣୁ ଦୀପ ଶିଖା ରୁ ପଡୁଥିବା ଅଗ୍ନି ଝୁଲକା ରୁ କାଳେ ନିଆଁ ଲାଗିଯିବା ଆଶଙ୍କା କରି ଶ୍ରୀ ବକ୍ସି ଉଠି ଯାଉ ପିତ୍ତଳ ଜାଗର ଦୀପ କୁ ସେଠାରୁ ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିଥିଲେ । ହୁ ହୁ ହୋଇ ଜଳୁଥିବା ଜାଗର ଦୀପକୁ ଧରି ତଳକୁ ଓହ୍ଲାଇବା ସମୟର ଜାଗର ରେ ରହିଥିବା ତରଲ ଗରମ ଘିଅ ଓ ଅଗ୍ନି ଶିଖା ତାଙ୍କ ଡ଼ାହାଣ ହାତରେ ଢାଳି ହୋଇଯାଇଥିଲା । ଯାହା ଫଳରେ ତାଙ୍କର ଡ଼ାହାଣ ହାତର ପାପୁଲି ଓ ହାତ ର ତଳ ଅଂଶ ପୋଡ଼ି ଯାଇଥିଲା ।
ଏହା ପରେ ଜଣେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ । ସେଠାରେ ସେ ଚିକିତ୍ସିତ ହୋଇ ଘର କୁ ଫେରି ବିଶ୍ରାମ ନେଉଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ