Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ମିନି ଟ୍ରକ୍ ଆସୋସିଏସନ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର,ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ନେଇ ମିନି ଟ୍ରକ ମାଲିକଙ୍କ ଯୋଗଦାନ ରହିବା ନେଇ ଘୋଷଣା କଲେ ରାଜ୍ୟ ସଂଘ

ସମ୍ବଲପୁର: ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ ସହାୟତାରେ ସମ୍ବଲପୁର ମିନି ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱାରା ଆଜି ଏକ ସ୍ୱାସ୍ଥ୍ୟ ପରୀକ୍ଷା,ବ୍ଲଡ ଗ୍ରୁପ୍ ପରୀକ୍ଷା ଓ ରକ୍ତାଦାନ ଶିବିର ଲକ୍ଷ୍ମୀଡୁଙ୍ଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଏହାକୁ ଡାକ୍ତର କାଞ୍ଚନ ରାୟ ଓ ଡାକ୍ତର ରାଜାରାମ ଦାଶ ମିଳିତ ଭାବେ ଫିତା କାଟି ଏହାକୁ ଉଦଘାଟନ କରିଥିଲେ । ଶିବିରରେ ଡାକ୍ତର ଦୁର୍ଗା ଶତପଥି,ଡାକ୍ତର ସୌମ୍ୟା ଶୈଳେଶ, ଡାକ୍ତର କାଞ୍ଚନ ରାୟ,ଡାକ୍ତର ରାଜାରାମ ଦାଶ,ଡାକ୍ତର ଅରବିନ୍ଦ ଶତପଥୀ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଦନ୍ତ,ସ୍ତ୍ରୀ ରୋଗ, ଚର୍ମ ପ୍ରଭୃତି ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ।ଏଥିରେ ରେଡକ୍ରସ ଆଜୀବନ ସଦସ୍ୟ ଡା.ରାଜାରାମ ଷଡଙ୍ଗୀ ସହଯୋଗ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ବୁର୍ଲା ଭିମସାରର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।ଭିମସାର ରକ୍ତ ଭଣ୍ଡାରର ଡା.ଜ୍ୟୋତିର୍ମୟୀ ସାହୁ,ମଣ୍ଟୁ ପ୍ରଧାନ,ଦେବାଶିଷ ମିଶ୍ର, ପ୍ରହଲ୍ଲାଦ ଭୋଇ,ପାଏନୁ ଭୋଇ,ସଞ୍ଜିବ ବେରା ପ୍ରମୁଖ ଏହାକୁ ସଂପାଦନ କରିଥିଲେ। ଆୟୋଜିତ ଶିବିରରେ ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘର ରାଜ୍ୟ ସଭାପତି ଗଣେଶ ମହାରୀ ଓ ସମ୍ବଲପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ସୁରେନ୍ଦ୍ର ନାୟକ ଅତିଥିହିସାବରେ ଯୋଗ ଦେଇଥିଲେ ।ଜିଲ୍ଲାରେ ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ହୋଇଥିବା ଏହି ଶିବିରକୁ ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ସଭାପତି ରୂପେଶ ପାଣିଗ୍ରାହୀ,ଜିଲ୍ଲା ସଂପାଦକ ଭରତ ଗୋଏଲ, କୋଷାଧ୍ୟକ୍ଷ ସୁରେଶ କୁମାର ସାହୁ, ଉପ ସଭାପତି ଶୋଭନଲାଲ୍ ଗଭନେ,ବିପିନ ତିୱାରୀ,ଗଣେଶ ସାହୁ,ଦିଲ୍ଲିପ୍ କୁମାର ଅଗ୍ରୱାଲ,ସନ୍ଦିପ ସାଲୁଜା,ବିଶ୍ୱତଜିତ ପଣ୍ଡା,ପୂର୍ଣ୍ଣ ସାହୁ, ସପନ କୁମାର,ଅମରଜିତ ସାହୁପ୍ରମୁଖ ଏହାକୁ ପରିଚାଳନା କରିଥିବା ବେଳେ ଆସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଏହି ଅବସରରେ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ସମସ୍ତ ଡାକ୍ତର ,ରକ୍ତଦାତା,ଅତିଥି ଓ ଉଦ୍ୟୋକ୍ତା ମାନଙ୍କୁ ଜିଲ୍ଲା ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଉପସ୍ଥିତ ରାଜ୍ୟ ସଭାପତି ଗଣେଶ ମହାର ଓ ସାଧାରଣ ସଂପାଦକ ରୂପେଶ ପାଣିଗ୍ରାହୀ ସମ୍ବଲପୁର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇ ଓଡିଶାର ସ୍ୱାସ୍ଥ୍ୟ ସେବାରେ ମିନି ଟ୍ରକ ମାଲିକ ମାନଙ୍କ ବଡ ଯୋଗଦାନ ରହିବ ବୋଲି ଘୋଷଣା କରିଛନ୍ତି ।