ଯାଦୁଲୁଇସିଂ ଗାଁରେ ଜଙ୍ଘାଲିଙ୍ଗା ମହାଦେଓଙ୍କ ପୂଜା ଉଦଯାପିତ

ସମ୍ବଲପୁର(ମାନେଶ୍ଵର):ବ୍ଲକ ଡକରା ପଞ୍ଚାୟତ ଅନ୍ତର୍ଗତ ଯାଦୁଲୁଇସିଂ ଗ୍ରାମରେ ଗଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଜଙ୍ଘା ବଡଦେଓଙ୍କ ପୂଜାର ଆୟୋଜନ ହୋଇ ଉଦଯାପିତ ହୋଇଯାଇଛି l ୨୬ ତାରିଖ ଶୁକ୍ରବାର ଦିନ ଯୁଯୁମୁରା ବ୍ଲକ ବିରସିଂଗଡ଼ କିଲାତିକୁଦ ଗାଁରୁ ଜଙ୍ଘାଳିଙ୍ଗା ବଡଦେଓଙ୍କୁ ଯାଦୁଲୁଇସିଂ ଗ୍ରାମକୁ ଅଣାଯାଇଥିଲା l ୨୭ ତାରିଖ ଶନିବାର ଦିନ ସକାଳ ୧୦ରେ କଳସ ଯାତ୍ରା, କଳସ ସ୍ଥାପନ ସହିତ ହୋମଯଂଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l ପରେ ୪ଟାରେ ଜଙ୍ଘାଳିଙ୍ଗାଙ୍କ ଝୁଲଣା ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରାଯାଇଥିଲା l ପୂର୍ବତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଶନ୍ନ ଆଚାର୍ଯ୍ୟ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଅଞ୍ଚଳର ମଙ୍ଗଳ କାମନା କରିଛନ୍ତି l ଆଜି ୨୮ ତାରିଖ ଶ୍ରୀ ଜଙ୍ଘା ବଡଦେଓ ନିଜର ଅସ୍ଥାନକୁ ଫେରିଯିବେ ବୋଳି ଗ୍ରାମବାସୀ କହିଛନ୍ତି l ଏଥିରେ କର୍ତ୍ତା ଭାବରେ ନବୀନ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ଇନ୍ଦ୍ରଜିତ ପାଣିଗ୍ରାହୀ, ପ୍ରମୁଖଙ୍କ ସହ ୬ଯୋଡ଼ା କର୍ତ୍ତା ଭାବରେ ଦାୟିତ୍ବ ତୁଲାଇ ଥିଲେ l ଯାଦୁ ଲୁଇସିଂ, ପୁରଣାପାଣି, ରାଶିଖାଇ, ସାହାସପୁର, ତେନ୍ତୁଳିକୁର୍ଡ଼ା, ଟାଙ୍ଗରପାଲି ଆଦି ଗ୍ରାମର ଗଣ୍ଡ ସମାଜର ଜାତି ଭାଇ ମାନଙ୍କ ସମେତ ଅଞ୍ଚଳର ବହୁ ଜନସାଧାରଣ ଏହି ଅଧ୍ୟାମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ରିଙ୍କୁ ଭୋଇ, ପଦ୍ମଲୋଚନ ଭୋଇ, ଅଶୋକ ଭୋଇ, ଦୁଶାଶନ ଭୋଇ, ଲକ୍ଷ୍ମଣ ଭୋଇ, ଅଲେଖ ପଟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l