Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ପ୍ରମୋଦ ରଥଙ୍କ ଯୋଗଦାନକୁ ନେଇ ବିଜେପି କର୍ମିଙ୍କ ଉତ୍ସାହ ବୃଦ୍ଧି

ସମ୍ବଲପୁର:ଆଜି ସମ୍ବଲପୁର ବିଜେପି ର ତିନି ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଜନ୍ମଦିନ ପାଳନ ଅବସର ରେ ହୋଇଥିଲା ଏକ ଆଶ୍ଚର୍ୟ୍ଯଜଣକ ଘଟଣା । ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ, ସମ୍ବଲପୁର ମହାନଗର ନିଗମର ସାଂସଦ ପ୍ରତିନିଧି ମୋହନ ଦାଶ ଓ ବିରଷ୍ଠ ଯୁବ ମୋର୍ଚ୍ଚା କର୍ମୀ କାହ୍ନୁରାମ ଶର୍ମା ଙ୍କ ର ଆଜି ଥିଲା ଜନ୍ମଦିନ । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦଳୀୟ କାର୍ଯ୍ୟଳୟ ରେ ତିନି ଜଣ ଙ୍କ ର ଜନ୍ମଦିନ ମିଳିତ ଭାବେ ପାଳନ କରାଯାଇଥିଲା । ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ନିଜର ସମର୍ଥକ, ଶୁଭେଚ୍ଛୁ, ଙ୍କୁ ଡକାଯାଇଥିଲା ଜନ୍ମଦିନ ପାଳନ ଉତ୍ସବ କୁ । କିନ୍ତୁ ଆଜିର ଜନ୍ମଦିନ ପାଳନ ଉତ୍ସବ ଥିଲା ଟିକେ ନିଆରା ଓ ଅଲଗା ।
ନିକଟ ଅତୀତରେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟଳୟ ରେ ବିଜେପି ରେ ଯୋଗଦାନ କରିଥିବା ଡ. ପ୍ରମୋଦ ରଥ ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଡ. ରଥ ଚିରାଚରିତ ଢଙ୍ଗରେ ଜନ୍ମଦିନ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ତିନୋଟି ପୁଷ୍ପଗୁଚ୍ଛ ନେଇ ପହଞ୍ଚିଥିଲେ କଚେରି ରୋଡ ସ୍ଥିତ ଦଳୀୟ କାର୍ଯ୍ୟଳୟ ରେ । ସେଠାରେ ଥିଲେ ସମ୍ବଲପୁର ବିଧାନସଭା କ୍ଷେତ୍ର ର ବିଜେପି ର ବହୁ ପଦାଧିକାରୀ ଓ ଶତାଧିକ କାର୍ଯ୍ୟକର୍ତ୍ତା । ଜନ୍ମଦିନ ପାଳନ ପୂର୍ବରୁ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା ଙ୍କ ନେତୃତ୍ୱ ରେ ହୋଇଥିଲା ଡ.ରଥ ଙ୍କ ର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ।
ପ୍ରଥମେ ରାଜ୍ୟ ଉପସଭାପତି ତଥା ପୂର୍ବତନ କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ପୁଣି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମିର ରଞ୍ଜନ ବାବୁ, ବରିଷ୍ଠ ନେତା ଦାମୋଦର କର, ସରୋଜ ଦଲପତ୍, ବିପିନ ଭାଟିଆ ସମ୍ବର୍ଦ୍ଧିତ କରିଥିଲେ । ପରେ ଦଳ ର ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ଦେଖିବକୁ ମିଳିଥିଲା ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା ।
ଡ.ରଥ ତାଙ୍କର ବକ୍ତବ୍ୟ ରେ କହିଲେ ଯେ…
ବହୁ ବର୍ଷ ର ଅନ୍ତରାଳ ପରେ ସେ ନିଜର ବିଚାର ପାରିବାର କୁ ଫେରିଛନ୍ତି । ଭୁବନେଶ୍ୱର କାର୍ଯ୍ୟାଳୟ ରେ ମୋର୍ ଯୋଗଦାନ ମୋ ପାଇଁ ଯେତିକି ଗୁରୁତ୍ଵ ବହନ କରୁ ନ ଥିଲା, ଆଜି ମୋର୍ ମାଁ ମାଟି ରେ ମୋର୍ ଜିଲ୍ଲା ପାରିବାର ର ସ୍ୱାଗତ ମୋତେ ସେତିକି ଭାବବିହ୍ୱଲ୍ କରି ଦେଇଛି । ଆଗମୀ ଦିନରେ ଦଳ ମୋତେ ଯେଉଁ ଦାୟିତ୍ଵ ଦେବ ମୁଁ ଦଳ ର ଜଣେ ଶୃଙ୍ଖଳିତ ଓ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ ସମ୍ପାଦନ କରିବି । ଜିଲ୍ଲା ର ଚାରୋଟି ଯାକ ବିଧାନସଭା ରେ ବିଜେପି ବିଧାୟକ ଓ ସମ୍ବଲପୁର ସାଂସଦ କୁ ବହୁ ସଂଖ୍ୟାରେ ବିଜୟୀ କରିବା ପାଇଁ ପ୍ରାଣପ୍ରନେ ଉଦ୍ୟମ କରିବି ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମାନସ ରଞ୍ଜନ ବକ୍ସି, ଫଣି ଭୂଷଣ ମିଶ୍ର, ଶିବ ଦିୱାନ୍, ପ୍ରଭୁଦତ୍ତ ପଣ୍ଡା, ସଞ୍ଜୀବ ବର୍ମା, ଆକାଶ ଆଚାର୍ଯ୍ୟ, ଅଜିତ ବେହେରା, ଡ.ପ୍ରଭାସ ଦେବତା, ସୁଧୀର ରଞ୍ଜନ ବୋହିଦାର୍, ଅଭିଷେକ ମିଶ୍ର, ଟୁକୁ ମହାନ୍ତି, ସୋମିକ୍ ବାବୁ, ଆଶିଷ ପାଢ଼ୀ, ବାପି ଜେନା, ରୁନୁ ପ୍ରଧାନ, ସୁଜାତା ଗୁରୁ, ଲକ୍ଷ୍ମୀ ଜେନା, ମୁନମୁନ୍ ସୌଦାଗର, ଝୁନୁ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories