Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଜେୟୁ ସମ୍ବଲପୁର ଜ଼ିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ ବାର୍ଷିକ ବନ୍ଧୁ ମିଳନ

ସମ୍ବଲପୁର:ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ତଥା ବାର୍ଷିକ ବନ୍ଧୁ ମିଳନ ଆଜି ରେଙ୍ଗାଲି ବ୍ଲକ ନୂଆ ରମ୍ପେଲା ମଙ୍ଗଳପୁର ସ୍ଥିତ ମିଶ୍ର ଏଣ୍ଟରପ୍ରାଇଜେସ ଫାର୍ମ ହାଉସ୍ ଠାରେ ଅନୁଷ୍ଠିତ ହୋଇଥିଲା I ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା I ଓଜେୟୁ ପ୍ରାନ୍ତୀୟ ସମ୍ପାଦକ ପଶ୍ଚିମ ଓଡିଶା ଶ୍ରୀ ରମାକାନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋକପାତ କରି ଜ଼ିଲ୍ଲାରେ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ମତପୋଷଣ କରିଥିଲେ I ବୈଠକରେ ରାଜ୍ୟ ସରକାର ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ରାଶି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ରାଜ୍ୟରେ “ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା , ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବାକୁ ଦୃଢ଼ ଦାବି ହୋଇଥିଲା I ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହ ସମ୍ପାଦକ ନରେଶ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ I ଭାଷା ସଙ୍ଗମ ଅନୁଷ୍ଠାନ ସମ୍ବଲପୁର ର ସଂଗୀତଙ୍ଗ ତ୍ରିଲୋଚନ ତ୍ରିପାଠୀ, ଗାୟକ ସ୍ରିନୁ ଦାସ, ଗାୟିକା ପ୍ରୀତିନନ୍ଦା ମିଶ୍ର ଙ୍କ ପକ୍ଷରୁ ବିଶେଷ ସଂଗୀତ ବିଚିତ୍ରା ପରିବେଷଣ ହୋଇଥିଲା I ଉପ ସଭାପତି ଶିଶିର ସାହୁ, ପ୍ରଦୀପ ନାୟକ, ସନ୍ତୋଷ ସାହୁ, ମହାବୀର ସିଂଦେଓ, ରବୀନ୍ଦ୍ର ପ୍ରଧାନ, ଉଲ୍ଲାସ କର ବୋଷ, ଦିଲୀପ ଦାସ, ଅଶୋକ ପଟେଲ, ସୁବ୍ରତ ପାଢ଼ୀ, ନନ୍ଦ ଲାଲ ବିଶ୍ୱାଳ, ଅଙ୍କିତ ସାହୁ, ସନ୍ଦୀପ ଶର୍ମା, ଦେବଦତ୍ତ ପଣ୍ଡା, ସୁରଜ ପୋଦ୍ଦାର, ଉତ୍ତମ ବିଶ୍ୱାଳ, ସରୋଜ ମେହେର, ହରି ଶଙ୍କର ମିଶ୍ର, ପ୍ରାସିଶ ପଣ୍ଡା, ଦେବାଶିଷ ବେହେରା, ଜିତୁ ନନ୍ଦ, ଜିତେନ୍ଦ୍ର ସାହୁ, ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଙ୍କ ସମେତ ଜ଼ିଲ୍ଲାର ସମସ୍ତ ବ୍ଲକ ରୁ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ I ସଭାପ୍ରାରମ୍ଭ ରେ ମା’ ସମଲେଶ୍ୱରୀ ଙ୍କ ଠାରେ ଅତିଥି ଗଣ ଦୀପ ପ୍ରଜ୍ବଳନ କରିଥିଲେ I ପୂର୍ବତନ ସାଧାରଣ ସମ୍ପାଦକ ଉପେନ୍ଦ୍ର ନାରାୟଣ ପଣ୍ଡା ଙ୍କ ଅକାଳ ନିଧନ ରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଏହି ଅବସରରେ ସମସ୍ତ ସାମ୍ବାଦିକ ଙ୍କୁ ଜ଼ିଲ୍ଲା ସଭାପତି ପ୍ରଶଂସା ପତ୍ର, ସୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ନୂତନ ସଦସ୍ୟତା ଗ୍ରହଣ କରିଥିବା ୯ ଜଣ ସାମ୍ବାଦିକ ଙ୍କୁ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I