Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ଟି ଶୈଚାଳୟ ପର୍ଯ୍ୟଟକ ଙ୍କ କାମରେ ଲାଗୁନି।ବେଳାଭୂମି ପାଲଟିଛି ମୁକ୍ତ ଶୈଚାଳୟ।

ଓଡ଼ିଶାର ଏକ ପ୍ରମୁଖ ପର୍ଯଟନ ସ୍ଥଳ ମାନଙ୍କ ମଧ୍ୟରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ଏଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏହା ପର୍ଯ୍ୟଟକ ଙ୍କ କାମରେ ଲାଗୁନଥିବା ବେଳେ ପର୍ଯ୍ୟଟକ ମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ଗୋପାଳପୁର ରେ ପ୍ରାୟ ୨ କୋଟି ବିନିମୟରେ ୫ ଟି ଶୈଚାଳୟ ନିର୍ମିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ଶୈଚାଳୟ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଗୋପାଳପୁର ରେ ଥିବା ସମସ୍ତ ଶୈଚାଳୟ ରେ ତାଲା ପଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ଗୋପାଳପୁର ରେ ବସଷ୍ଟାଣ୍ଡ, ଶିଶୁ ବିଦ୍ୟା ମନ୍ଦିର,ବିଜୁ ପଟ୍ଟନାୟକ ଦୁଃସାହସିକ ପାର୍କ କଡ଼ରେ ପୂର୍ବରୁ ୩ ଟି ଶୈଚାଳୟ ରହିଥିବା ବେଳେ ସେଥିରୁ ଶିଶୁ ବିଦ୍ୟା ମନ୍ଦିର କଡ଼ରେ ରହିଥିବା ଶୈଚାଳୟ ଟି ଗତ ୮/୧୦ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସେଠାରେ ଜଣେ ଗରିବ ତଥା ଭିଖ ମାଗି ଚଳୁଥିବା ଗୋଟିଏ ପରିବାର ରହି ଆସୁଛନ୍ତି।ଏହା ସହ ପାର୍କ ଓ ବସଷ୍ଟାଣ୍ଡ ଠାରେ ଥିବା ଅନ୍ୟ ଦୁଇଟି ଶୈଚାଳୟ ଗତ ୨ ବର୍ଷ ତଳେ ପ୍ରାୟ ୮ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରିବା ସହ ନବୀକରଣ କରାଯାଇଥିଲା।ଏହା ପରେ ଗତ ୨ ବର୍ଷ ତଳେ ପୁରୁଣା ଏନ ଏ ସି କାର୍ଯ୍ୟାଳୟ ସ୍ଥାନରେ ବିଡିଏ ପକ୍ଷରୁ ୧ କୋଟି ଟଙ୍କା ବିନିମୟରେ ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ ହାଇଜିନିକ ପ୍ଲବିକ ଶୈଚାଳୟ ନିର୍ମିତ ହୋଇଥିଲା। କିନ୍ତୁ ସେଠାରେ ଉପଯୁକ୍ତ ପାଣିର ବ୍ୟବସ୍ଥା ହୋଇ ପାରିନଥିବାରୁ ସେଠାରେ କେବଳ ଶୌଚ ର ବ୍ୟବସ୍ଥା ରହିଥିବା ବେଳେ ସ୍ନାନ କରିବାର ସୁବିଧା ଉପଲବ୍ଧ ହୋଇ ପାରିନଥିଲା।ଏହା ସହ ଗତ ବର୍ଷ ଦିବ୍ୟାଙ୍ଗ ଙ୍କ ନିମନ୍ତେ ପ୍ରାୟ ୭ ଲକ୍ଷ ଟଙ୍କା ବିନିମୟରେ ଆଉ ଏକ ଶୌଚାଳୟ ହୋଟେଲ କଳିଙ୍ଗ କଡ଼ରେ ନିର୍ମିତ କରାଗଲା। କିନ୍ତୁ ତାକୁ ଆଜି ଯାଏଁ ବ୍ୟବହାର କ୍ଷମ କରାଯାଇ ପାରିନଥିବା ବେଳେ ଏବେ ସେଠାରେ ଲାଗିଥିବା ବିଭିନ୍ନ ଫିଟିଙ୍ଗ ଗୁଡ଼ିକ ଚୋରି ହୋଇ ଯାଇଥିବାରୁ ତାହାକୁ ଏନ ଏ ସି ପକ୍ଷରୁ ତାଲା ପକାଇ ରଖି ଯାଇଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଫେବୃଆରୀ ମାସରେ ସହରାଞ୍ଚଳ ରେ ମୋ ଶୈଚାଳୟ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଶୈଚାଳୟ ବ୍ୟବହାର କରୁଥିବା ଲୋକଙ୍କ ଠାରୁ ଆଉ ୟୁଜରର୍ସ ଫିସ ଆଦାୟ ନକରିବାକୁ ଘୋଷଣା କରାଯିବା ପରେ ପୂର୍ବରୁ ଏହି ଶୈଚାଳୟ ମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ସେଠାରୁ ଅନ୍ତର କରାଯିବା ପରେ ଶୈଚାଳୟ ଗୁଡ଼ିକର ରକ୍ଷଣାବେକ୍ଷଣ ସଠିକ ଭାବେ ହୋଇ ପାରିଲା ନାହିଁ।ସକାଳ ସନ୍ଧ୍ୟାରେ ରେ ଦୁଇଥର ଶୈଚାଳୟ ସଫା ହେଉଥିବା ବେଳେ ସେଠାରେ ଆଉ କୌଣସି କର୍ମଚାରୀ ରହିଲେ ନାହିଁ। ଯାହାଫଳରେ ଶୈଚାଳୟ ରେ ଠିକ ଭାବେ ପାଣି ନଆସିବା ସହ ଶୈଚାଳୟ ର ଦେଖାଦେବା ଠିକ ଭାବେ ହେଲା ନାହିଁ। ଏବଂ ପରିସ୍ଥିତି ଏପରି ଉପୁଜିଲା ଯେ ଶୈଚାଳୟ ମାନଙ୍କରେ ଲାଗିଥିବା କେତେକ ଟେପ୍ ଓ ଫିଟିଙ୍ଗ ଗୁଡ଼ିକ ମଧ୍ୟ ଚୋରି ହୋଇଗଲା।ଯା ଫଳରେ ପ୍ରଶାସନ ପକ୍ଷରୁ ଏବେ ତିନୋଟି ଶୈଚାଳୟ କୁ ବନ୍ଦ ରଖାଯାଇଥିବା ବେଳେ କେବଳ ବେଳାଭୂମି ଠାରେ ଥିବା ହାଇଜିନିକ ପ୍ଲବିକ ଶୈଚାଳୟ ଟି ଖୋଲା ଯାଇଥିଲେ ମଧ୍ୟ ସେଠାରୁ ମଧ୍ୟ କେତେକ ଫିଟିଙ୍ଗ ଚୋରି ହୋଇ ଯାଇଥିବା ଯୋଗୁଁ ଆଗାମୀ ଦିନରେ ଏହାକୁ ମଧ୍ୟ ବନ୍ଦ କରାଯାଇ ପାରେ ବୋଲି ଜଣାପଡିଛି। ଯାହାଫଳରେ ପର୍ଯ୍ୟଟକ ମାନେ ଏବେ ଶୌଚ ପାଇଁ ବେଳାଭୂମି ପରିସରକୁ ମୁକ୍ତ ଶୈଚାଳୟ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ପର୍ଯ୍ୟଟକ ମାନେ ମତପୋଷଣ କରିଛନ୍ତି। ଏଣୁ ଏନ ଏ ସି ପ୍ରଶାସନ ପକ୍ଷରୁ ତୁରନ୍ତ ଶୈଚାଳୟ ଗୁଡ଼ିକର ପୁନରୁଦ୍ଧାର କରାଯାଇ ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ଶୈଚାଳୟ ଗୁଡ଼ିକର ପୁନଃ ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି।