ପାତାଳୀ ଶ୍ରୀକ୍ଷେତ୍ର ମାଧବ ଗୁମ୍ଫା ନିକଟରେ ସପ୍ତଦିପl ସାହିତ୍ୟ ସଂସଦର ସାରସ୍ବତ ସମାରୋହ


ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପାତାଳି ଶ୍ରୀକ୍ଷେତ୍ରର ମାଧବ ଗୁମ୍ଫା ନିକଟରେ ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା I ଏ ଅବସରରେ ଲୋକାର୍ପିତ ହୋଇଯାଇଛି ଗାଳ୍ପିକ ଅଧ୍ୟାପକ ଯଜ୍ଞେଶ୍ଵର ବିଶିଙ୍କ ଗଳ୍ପ ସଂକଳନ “ମୁଗଡାଲିର ବାସ୍ନା” I ନିଜ ପରିଚିତ ପୃଥ୍ୱୀରୁ ଚିତ୍ର ଓ ଚରିତ୍ର ସାଉଁଟି କଥା ସାହିତ୍ୟରେ ମାନବୀୟ ସ୍ୱର ଝଙ୍କୃତ କରାଇବାରେ ଗାଳ୍ପିକ ଜଣେ ସଫଳ ସ୍ରଷ୍ଟା ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟ ଅତିଥି ଆର୍ତତ୍ରାଣ ବାବୁ I ଯଜ୍ଞେଶ୍ୱରଙ୍କ ଗଳ୍ପ ଏକ ସାମାଜିକ ଆନ୍ଦୋଳନ ବୋଲି ସମ୍ମାନିତ ଅତିଥି ଯୋଗେନ୍ଦ୍ର ପଣ୍ଡା ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଡକ୍ଟର ଅନିରୁଦ୍ଧ କୁରକୁରିଆ କହିଥିଲେ ଯେ, ଅନୁରାଗଧର୍ମୀ ସର୍ଜନା ଓ ମାର୍ମିକ ଅନୁଭୂତିର ଆର୍ତ୍ତ ଚିତ୍କାର କରିଉଠେ ଗାଳ୍ପିକଙ୍କ ଗଳ୍ପ ସମ୍ଭାର I ସଂସଦର ସଭାପତି ଦ୍ବୀତିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉକ୍ତ ସମାରୋହରେ କବିତା ପାଠ କରିଥିଲେ ଧ୍ରୁବ ଚରଣ ଖେତି , ଅନ୍ତର୍ଯ୍ୟାମୀ ରଥ , ଧର୍ମ ଶତପଥୀ , ଭଗଵାନ ବାଘ , ସବିତା ହୋତା , ବଂଶୀଧର ପଣ୍ଡା , ପ୍ରହଲ୍ଲାଦ ନାଏକ , ବିଜୟ ହୋତା , ପଦ୍ମନାଭ ପଣ୍ଡା , ଅକ୍ଷୟ ରାଏ , ପଦ୍ମନାଭ ବାରିକ , ଶ୍ୟାମଗୋପାଳ ହୋତା ପ୍ରମୁଖ ପ୍ରାୟ ୪0 ଜଣ କବି କବିୟତ୍ରୀ I କବିତା ଗୁଡିକର ସଂଯୋଜନା କରିଥିଲେ ଅକ୍ରୁର ହୋତା ଓ ଲକ୍ଷ୍ମୀ ସାହୁ I ଶେଷରେ ତ୍ରିକୂଟ ଉନ୍ନୟନ ପରିଷଦର ସଭାପତି କମ୍ଭୁଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I