Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ଶଗଡେଶ୍ୱର ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ଜମନକିରା,୯/୫: ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ବାବା ଶଗଡେଶ୍ୱରଙ୍କ ଶୀତଳଷଷ୍ଠୀ ପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟୀ ସଭାପତି ନୃପଲାଳ ପଲେଇଙ୍କ ଅଧ୍ୟକ୍ଷତାରେ ଉଭୟ ମାତା ପାର୍ବତୀ ଏବଂ ବାବା ଶିବଙ୍କ ପିତା ମାତା ହେବା ପାଇଁ ସହମତି ପ୍ରକାଶ ପାଇଛି। ସହମତି କ୍ରମେ ବ୍ରଜରାଜନଗର ର ରଞ୍ଜନ କୁମାର ପଣ୍ଡା ସପତ୍ନିକ କନ୍ୟାପିତା ମାତା ତଥା କର୍ତ୍ତା ଭାବେ ମନୋନୀତ ହୋଇଥିବା ବେଳେ ବର ମାତା ପିତା ଭାବେ କୁଚିଣ୍ଡା ର ସଞ୍ଜିତ ପ୍ରଧାନ ସପତ୍ନିକ ମନୋନୀତ ହୋଇଥିଲେ। ଆସନ୍ତା ୨୩ ତାରିଖ ରବିବାର ଦିନ ଗଣ୍ଠି ଫିଟା ଓ ଥାଳ ଉଠା କାର୍ଯ୍ୟକ୍ରମ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ଶିବାନନ୍ଦ ମହାରାଜ ଜୀ, ରୁଦ୍ରନାରାୟଣ ବେହେରା, ଶଶିଭୂଷଣ ବଢ଼େଇ, ସଞ୍ଜୟ ମହାକୁଳ, ତରଣି ରଞ୍ଜନ ଶର୍ମା, ରବୀନ୍ଦ୍ର ପଳେଇ, ସନ୍ତୋଷ ଠାକୁର, ମହେନ୍ଦ୍ର ବାଘ, ସୁରେଶ ମେହେର, ଦିଲୀପ ରଥ, ସରପଞ୍ଚ ପ୍ରହଲ୍ଲାଦ ଧରୁଆ, ମିତ୍ରଭାନୁ ରାୟ, ନିମେଇ ଚନ୍ଦ୍ର ଦେବ, ଅନିଲ ସାହୁ, ଅଭିଳାଷ ଅଗ୍ରୱାଲ ଏବଂ ମନଫୁଲ ମାଝୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସଂଯୋଜକ ମଳୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।