Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ଲୋକ ପ୍ରତିନିଧିଙ୍କ ଗୁରୁତର ଅଭିଯୋଗ ଉପରେ ପୋଲିସର ନୀରବତା କାହିଁକି ?

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଲମ୍ ଗ୍ରାମପଞ୍ଚାୟତର ସମିତି ସଭ୍ୟା ଭାରତୀ ନାଏକ ଆଣିଛନ୍ତି ଗୁରୁତର ଅଭିଯୋଗ।ଏ ନେଇ କିସିଣ୍ଡା ଥାନାରେ ଅଭିଯୋଗ କଲାପରେବି ଘଟଣାକୁ ଚପେଇ ଦେବାକୁ ଚାଲିଛି କସରତ।କାହାର ଇଙ୍ଗିତରେ ଥାନା ଅଧିକାରୀ ଚୁପ୍? ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିନପାରି ସ୍ୱଚ୍ଛ ସରକାର ଉପରେ ଅସ୍ୱଚ୍ଛର କଳଙ୍କ ବୋଲିବାକୁ ସତେ ଯେମିତି ଥାନା ଅଧିକାରୀ ତୟାର !ଫମ୍ପା ମାଠିଆର ଶବ୍ଦ ବେଶି ଭଳି ନାରୀ ସୁରକ୍ଷା ଉପରେ ସରକାରଙ୍କ ପ୍ରଚାର ନାରାର ଅସଲ ଆନୁଗତ୍ୟ ପ୍ରକାଶ ପାଇଛି ପୋଲିସର ଏଭଳି ନୀରବତାରେ।ଅଭିଯୋଗର ୨୪ ଘଣ୍ଟା ବିତିବା ପରେବି ଏଯାଏ ହୋଇନି ଏଫଆଇଆର୍ ରେଡି।ସମଲେଶ୍ବରୀ ପ୍ରକଳ୍ପ ଲୋକାର୍ପିତ ଉତ୍ସବରେ ସରକାରୀ ନିର୍ଦ୍ଦେଶରେ ମାଁ ସମଲେଈ ଦର୍ଶନ କରିବାକୁ ଯାଇ ଦୂରାବସ୍ଥା ପଡିଥିବା ଜନ ପ୍ରତିନିଧି ଆଣିଥିବା ଅଭିଯୋଗବି ଏଭଳି ପଡିରହେ ତାହା ଆଶ୍ଚର୍ଯ୍ୟ କରିଛି।ଘଟଣା ସାମ୍ମାକୁ ଆସିବାପରେ ଓ ପୋଲିସ ଅଭିଯୋଗ ପାଇ ମଧ୍ୟ କାହିଁକି ନୀରବଦ୍ରଷ୍ଟା ସାଜୁଛି ତାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ।୨୭ତାରିଖ ମାଁ ସମଲେଶ୍ଵରୀ ମନ୍ଦିର ପ୍ରକଳ୍ପ ଲୋକାର୍ପିତ ବେଳେ ଆଦିବାସୀ ମହିଳା ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଗୁରୁତର ଅଭିଯୋଗ ନେଇ ଶ୍ରୀମତୀ ନାଏକ ଦ୍ୱାରସ୍ଥ ହୋଇଛନ୍ତି କିସିଣ୍ଡା ଥାନାରେ। ତାଙ୍କ ଅଭିଯୋଗ ମତେ ସନୁହୋତ୍ତା ଏକ ଘରୋଇ ବସ୍ ଯୋଗେ ନାକଟିଦେଉଳ ବଳମ୍ ଘରକୁ ଫେରିବା ପାଇଁ ସମ୍ବଲପୁର ଠାରେ ବସରେ ବସିଥିଲେ।ଠିକ୍ ଏତିକିବେଳେ ନାକଟିଦେଉଳର ଜଣେ ବ୍ୟବସାୟୀ ବବ୍ଲୁ ଅଗ୍ରୱାଲ ଉକ୍ତ ମହିଳା ପ୍ରତିନିଧିଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସ୍ଥାନୀୟ କିସିଣ୍ଡା ଥାନାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି।ମହିଳା ପ୍ରତିନିଧିଙ୍କ କହିବାନୁସାରେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜାତି କଥା ଉଠାଇ ଟଣା ଓଟରା କରିଥିବା ଥାନାକୁ ଦିଆ ଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।ଏପରି ଆଚରଣ ସହିନପାରି ଶ୍ରୀମତୀ ନାଏକ ବସରୁ ଓହ୍ଲାଇ କାନ୍ଦୁ ଥିବା ସମୟରେ ଘଟଣା ବିଷୟରେ ଜାଣିବା ପରେ କିସିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରୀନା ନାଏକ ଓ ସମିତି ସଭ୍ୟା ଜାଜ୍ଞସେନି କୁଅଁର ଭାରତୀଙ୍କ ସ୍ୱର ସହିତ ସ୍ୱର ମିଶାଇ ଘଟଣାର ପ୍ରତିରୋଧ କରିଥିଲେ।ଏହା ପରେ ମଧ୍ୟ ଉଭୟ ପ୍ରତିନିଧିଙ୍କୁ ବବଲୁ ଅଗ୍ରୱାଲ ଗାଳି ଗୁଲଜ କରିଥିଲା।ଏବେ କଥା ଉଠୁଛି ଏହାହିଁ ମାଆ କୁ ସମ୍ମାନର ନାରା ।ଜଣେ ମହିଳା ଲୋକ ପ୍ରତିନିଧି ଯଦି ସୁରକ୍ଷିତ ନୁହଁ ଓ ଏଭଳି ଲିଖିତ ଅଭିଯୋଗକୁ ଯଦି ଥାନାରେ ଚାପି ଦିଆଯାଇ ପାରୁଛି ଏହା କେଉଁ ପ୍ରକାର ୫ଟି ଆଧାର ? ଏଭଳି ନଗ୍ନ ଉଦାହରଣ ସାମ୍ନାକୁ ଆସିବା ପରେବି ଥାନା ଅଧିକାରୀ କାହା ନିର୍ଦ୍ଦେଶ ଓ ସାହାସରେ ଜଣେ ଆଦିବାସୀ ମହିଳା ପ୍ରତିନିଧିଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି ? ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଘଟଣାରସଠିକ୍ ତଦନ୍ତ କରି ଆଦିବାସୀ ମହିଳାଙ୍କ ଆତ୍ମସମ୍ମାନୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ସହ ନେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର ଯୁଯୋମୁରା ରେଢ଼ାଖୋଲ,ନାକଟିଦେଉଳ ବ୍ଲକ୍ ପ୍ରଭାରୀ ଦିବ୍ୟାଙ୍ଗ ରୋହିତ ଭୋଇ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବ୍ଲକ୍ ପ୍ରତିନିଧି ମହେନ୍ଦ୍ର କୁଅଁର ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ସହିତ ୫ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ନେଇଛନ୍ତି।