Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ବିଜେପିର ପେନାଲିଷ୍ଟ୍ ଲିଷ୍ଟରେ ମାନସ ରଞ୍ଜନ ବକ୍ସି

ସମ୍ବଲପୁର: ଓଡ଼ିଶା ପ୍ରଦେଶ ବିଜେପି ପକ୍ଷରୁ ଆଜି ଏକ ନବନିଯୁକ୍ତ ପ୍ରବକ୍ତା, ପେନାଲିଷ୍ଟ ଓ ଗଣମାଧ୍ୟମ ସଂଯୋଜକ ଙ୍କ ସୂଚୀ ପ୍ରକାଶିତ ହୋଇଛି । ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ଏହି ନବାନିଯୁକ୍ତ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସମ୍ବଲପୁର ଜିଲ୍ଲା ର ମାନସ ରଞ୍ଜନ ବକ୍ସି ଙ୍କୁ ପେନାଲିଷ୍ଟ୍ ଭାବେ ନୂତନ ଦାୟିତ୍ଵ ପ୍ରଦାନ୍ କରାଯାଇଛି ।
ଶ୍ରୀ ବକ୍ସି ବର୍ତ୍ତମାନ ସମ୍ବଲପୁର କ୍ଷେତ୍ର ର ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ଦାୟିତ୍ଵ ରେ ଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଗଣମାଧ୍ୟମ ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ସହ ସଂଯୋଜାକ ର ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତାଙ୍କୁ ବୈଦ୍ୟୁତିକ ଗଣମାଧ୍ୟମ ରେ ଆଲୋଚନା ଓ ତର୍କବିତର୍କ ରେ ରାଜ୍ୟ ବିଜେପି ପକ୍ଷରୁ ଦଳ ର ବିଷୟ ଓ ପକ୍ଷ ରଖିବା ପାଇଁ ଆଜି ପେନାଲିଷ୍ଟ୍ ପଦରେ ଅଳଙ୍କୃତ କରାଯାଇଛି।