Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଦାନୀପାଲି ରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ପ୍ରଥମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଥିଲା I ମନ୍ଦିରର ପୂଜକ ବାସୁଦେବ ଭୋଇ, ଦେବୀ ପ୍ରସାଦ ଭୋଇ, ନିର୍ମଳ ଚନ୍ଦ୍ର ପ୍ରଧାନ, ସୁଦାମ ପ୍ରଧାନ ଙ୍କ ଦ୍ୱାରା ସକାଳ ୯ ଘଣ୍ଟାରୁ ଯଥା ରୀତି ଅନୁଯାୟୀ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହା ସହିତ ମନ୍ଦିର ସଂଲଗ୍ନ ରାମଚଣ୍ଡୀ ସେବା ସଦନ ଠାରେ କୁଲତା ସମାଜ ସମ୍ବଲପୁର ର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ମନ୍ୱସୀ ସାହୁ ଙ୍କ ଏକ ସୃତିଚାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା I ବରିଷ୍ଠ ସଦସ୍ୟ ଜଟା ଭୂଷଣ ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସଭାପତି ଯଶୋବନ୍ତି ନାୟକ, ଡ. କାମଦେବ ସାହୁ, ଭକ୍ତବନ୍ଧୁ ପ୍ରଧାନ, ହୃଷିକେଶ ବଢ଼େଇ, ସୁକାନ୍ତି ଗର୍ତିଆ ପ୍ରମୁଖ ସ୍ୱର୍ଗତ ମନ୍ୱସୀ ସାହୁ ଙ୍କ ସୃତିଚାରଣ ପୂର୍ବକ ମାନବଜାତି ପାଇଁ ତାଙ୍କ ସାମାଜିକ କାର୍ଯ୍ୟ ଚିର ସ୍ୱରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ I ଏହି ଅବସରରେ ଲଷ୍ମଣ ପ୍ରଧାନ, ହାରାଧନ ପ୍ରଧାନ, ଭାଗୀରଥି ସାହୁ, ଦୀନବନ୍ଧୁ ସାହୁ, ଇଂ. ମଞ୍ଚନ ପ୍ରଧାନ, ରଞ୍ଜନ ପାତ୍ର, ଛେଲିଆ ପ୍ରଧାନ,ଦୟାନିଧି ବିଶ୍ୱାଳ, ମୁରଲୀ ଧର ପ୍ରଧାନ, ଅଭିରାମ ଖମାରୀ, ବାସନ୍ତୀ ପ୍ରଧାନ,ସୁପ୍ରଭା ପ୍ରଧାନ, ଭୂମିସୁତା ସାହୁ, ଉର୍ମିଳା ବାରିକ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ