ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ଅବସରରେ କବିତା ପାଠୋତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ଵିତୀୟ ଧନୁଯାତ୍ରା ମହୋତ୍ସବ ଅବସରରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା କମିଟି ସଭାପତି କିଶୋର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିବାବେଳେ , ଗବେଷକ ଡ. ଅନିରୁଦ୍ଧ କୁରୁକୁରିଆ ମୁଖ୍ୟ ବକ୍ତା ଓ କମ୍ଭୁଧର ସୁନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଅତିଥିମାନେ ନିଜ ବକ୍ତବ୍ୟରେ ସାହିତ୍ୟ ମଣିଷ ସମାଜକୁ ଦିଗଦର୍ଶନ ଦେଇଆସିଛି ବୋଲି ମତବ୍ୟକ୍ତ କରିଥିଲେ । ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଦ୍ୱୀତିକୃଷ୍ଣ ପଣ୍ଡା ସଭାର ସଂଯୋଜନା କରିଥିଲେ । କବି ଅକ୍ରୁର ହୋତା ସ୍ଵାଗତ ଜଣାଇ ଥିବାବେଳେ ଅକ୍ଷୟ ସରାଫ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସନ୍ତୋଷିନି ନାୟକ ଓ ସନ୍ତୋଷିନି ସାମନ୍ତରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନାରାୟଣ ଦେହୁରୀ , ଧର୍ମକୁମାର ଶତପଥୀ , ଧ୍ରୁବଚରଣ କ୍ଷେତି , ଅନ୍ତର୍ଯ୍ୟାମୀ ରଥ , ସନ୍ତୋଷ ଆଦାବର , ବାସୁଦେବ ରଥ , ଯୁଧିଷ୍ଠିର ଖମାରୀ , ଯୁଗଳକିଶୋର ମିଶ୍ର , ପ୍ରହଲ୍ଲାଦ ନାଏକ , ଯଜ୍ଞେଶ୍ୱର ବିଶି , ସୁବ୍ରତ ପଣ୍ଡା , ଅକ୍ଷୟ ରାଏ , ମେଘନାଦ ଭୋଇ , ମକୁନ୍ଦ ଧରୁଆ , ସୁଶାନ୍ତ ଭୋଇ , ଶ୍ୟାମଗୋପାଳ ହୋତା , ଆନନ୍ଦ ପଧାନ , ସ୍ୱର୍ଣ୍ଣପ୍ରଭା ମହାପାତ୍ର , ତନ୍ମୟ ମିଶ୍ର , ଭଗବାନ ବାଘ , ବିଜୟ ହୋତା , ଗୋବିନ୍ଦ ସେଠୀ , ରାଧେଶ୍ୟାମ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ସମସ୍ତ କବିୟିତ୍ରି ଓ କବି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।