ତିଅର ସମାଜର ବାର୍ଷିକୋତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ହାଟପଦା ଠାରେ ବ୍ଳକ ସ୍ତରୀୟ ମା ମଙ୍ଗଳା ତିଅର ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ଶୁକ୍ରୃ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇଥିଲେ I ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ‌ ମିଶ୍ର , ଜିଲ୍ଲା ପରିଷଦ ପ୍ରତିନିଧି ବିଦ୍ୟାଧର ଖୁର୍ଡୀଆ, ଆଇନଜୀବି ଗୈାରୀଶଙ୍କର ପାଣିଗ୍ରାହୀ , ବିଜେଡି ନେତା ଧିରେନ୍ଦ୍ର ନାରାୟଣ ପଣ୍ଡା , ସୁବଳୟା ସାମ୍ବାଦିକ ସଂଘର ସଭାପତି ରାଜେଶ କୁମାର ସେଠୀ , ସାମ୍ବାଦିକ ବିନୋଦ ପାଣ୍ଡେ , ସନାତନ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ମା ମଙ୍ଗଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ଥିଲା । ଉକ୍ତ ସଭାରେ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ସଂପାଦକ ରାଜ କୁମାର ପ୍ରଧାନ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । କୋଷାଧ୍ୟକ୍ଷ ସିଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଞ୍ଚଳର ବହୁ ସମାଜର ଜାତିଭାଇ ସାମିଲ ହୋଇଥିଲେ ।