ଜିଲ୍ଲା ସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ୱର୍ଶ କୁଷ୍ଠ ସଚେତନତା ଅଭିଯାନ


ସମ୍ବଲପୁର(ହୀରାକୁଦ):ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ହୀରାକୁଦ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ୱର୍ଶ କୁଷ୍ଠ ସଚେତନତା ଅଭିଯାନ-୨୦୨୪ ପାଳିତ ହୋଇଯାଇଛି।ଆୟୋଜିତ ସଚେତନତା ସଭାରେ ସମସ୍ତ କୁସଂସ୍କାରକୁ ଦୂରେଇ କୁଷ୍ଠ ରୋଗୀଙ୍କୁ ଆପଣେଇ ସମ୍ମାନର ସହିତ ସମାଜରେ ବଞ୍ଚିବା ପାଇଁ ସମସ୍ତ ସୁଯୋଗ ହାତ ଛଡା ନକରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ଆୟୋଜିତ ସଭାରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଟୁନୁ ମେହେର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଝୁନୁ ସ୍ୱାଇଁ,ହୀରାକୁଦ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ଯକ୍ଷ ଅକ୍ଷୟ କୁମାର ସୂତାର,ପରିଚୟ ସଭାପତି ବିପିନ ବିହାରୀ ପଣ୍ଡା,ଜିଲ୍ଲା କୁଷ୍ଠ ଅଧିକାରୀ ଡା.ପ୍ରମୋଦ ଚନ୍ଦ୍ର ବିଶ୍ୱାଳ,ସ୍ୱାସ୍ଥ୍ୟ ମିଶନର ଜିଲ୍ଳା ନିବନ୍ଧକ ଡା.ମୌସୁମୀ ମିଶ୍ର,ଜିଲ୍ଲା କୁଷ୍ଠ ରୋଗ ପରାମର୍ଶ ଦାତା ଡା ହର ପ୍ରସାଦ ପ୍ରଧାନ,ହୀରାକୁଦ ସ୍ୱାସ୍ଥ୍ୟ ଅଧିକାରୀ ଡା.ଅନମୋଲ ମିଞ୍ଜ,ଡା.ସ୍ନିଗ୍ଧା ରାଉତ,ସିପିଏମ ନିକୁ ରଞ୍ଜନ ପ୍ରତିହାରୀ ଓ ଅଧ୍ୟାପିକା ସିମନ୍ତିକା ଦାସ ଅତିଥି ଭାବେ ଯୋଗଦେଇ କୁଷ୍ଠ ରୋଗର ନିରାକରଣ ଉପରେ କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ଅନନ୍ୟା ଦାଶଙ୍କ ବାର୍ତ୍ତା ଟୁନୁ ମେହେର ପାଠ କରିଥିବା ବେଳେ ସିଡିଏମଓ ଡା.ପୂର୍ଣ୍ଣ ଚନ୍ଦ୍ର ସାହୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହାକୁ ଶକ୍ତି ଦତ୍ତ ସିଂ,ସନତ କୁମାର ବେହେରା,ସୁବାସ ଚନ୍ଦ୍ର ଥାଟିଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ଯାପିକା ମାନେ ପରିଚାଳନାରେ ସହଯୋଗ କରିଥିଲେ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।