ସମ୍ବଲପୁର:ଆସନ୍ତା ଫେବୃଆରି ୩ ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ । ସେଦିନ ପ୍ରଧାନମନ୍ତ୍ରୀ ଙ୍କ ଦ୍ବାରା ଆଇ.ଆଇ.ଏମ୍ ର ଲୋକାର୍ପଣ ସହିତ ୧୧ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ ଓ ଏକ ସାଧାରଣ ସଭା ର କାର୍ଯକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ମୋଦୀ ଜୀ ଙ୍କ କାର୍ଯକ୍ରମ ର ବିଜ୍ଞାପନ କୁ ନେଇ ଏକ ଭିଡ଼ିଓ, ଏକ ଅଡିଓ ଗୀତ ଓ ଏକ ଷ୍ଟିକର ର ଉନ୍ମୋଚନ ହେଇଛି । ଏକ ହୋଟେଲ ରେ ଆଦୃତ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଉନ୍ମୋଚନ କାର୍ଯକ୍ରମ କରାଯାଇଥିଲା ।
କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଦ୍ବାରା ଆଦୃତ ଆଜିର ସାମ୍ବାଦିକ ସମ୍ମିଳନୀ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, କୁଚିଣ୍ଡା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ରାମ ଚନ୍ଦ୍ର ମେହେର ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭିଡିଓ ବାର୍ତ୍ତା, ଅଡିଓ ଗୀତ ଓ ପୋଷ୍ଟର ଉନ୍ମୋଚନ ପରେ ନାଉରୀ ନାୟକ, ସିମାଞ୍ଚଳ ଖଟେଇ ଓ ରବି ନାରାୟଣ ନାୟକ କାର୍ଯ୍ୟକ୍ରମ ବିଷୟ ରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯକ୍ରମକୁ ନେଇ ଭିଡ଼ିଓ ବାର୍ତ୍ତା, ଅଡିଓ ଗୀତ ଓ ପୋଷ୍ଟର ରିଲିଜ୍
