Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ,ଗ୍ରାନ୍ଥଗାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହିତ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

ସମ୍ବଲପୁର(କୁଚିଣ୍ଡା): କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ସଭାପତିତ୍ବ ରେ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ର ଉଦଯାପନି,ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦଯାପନି ଓ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର ଙ୍କ ସର୍ମଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମହାପ୍ରଭୁ ଜଗନ୍ନାଥ ଠାରେ ଦୀପ ପ୍ରଜ୍ଜଳନ ସହ ପୁଷ୍ପମାଳ୍ୟ ଓ ମନ୍ତ୍ରପାଠ କରି ପୂଜାର୍ଚନା କରିବା ପରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗିତ ଗାନ କରିଥିଲେ। ଏହି ଅବସର ରେ ଅବସରପ୍ରାପ୍ତ ତଥା ପ୍ରତିଷ୍ଠାତା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଉନ୍ମୋଚିତ କରିବା,ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ର ମହତ୍ତ୍ବ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଜଗନ୍ନାଥ ସଂକୃତି ଓ ଓଡିଆ ସାହିତ୍ୟ ବିଷୟରେ ଆଲୋକପାତ କରିଥିଲେ।,ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର,ପରିଚାଳନା ସମିତି ପୂର୍ବତନ ସଭ୍ୟ ଶୁଶ୍ରି ଲଲାଟେନ୍ଦୁ ପଟେଳ,ତାଲିମ ଶିବିର ର ମାଷ୍ଟର ଟ୍ରେନର ସୁଜାତା ବଗର୍ତୀ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଯୋଜିକା ଅଧ୍ୟାପିକା ଭାବନା ପାଣ୍ଡେ ତାଲିମ ଶିବିର ର ବିବରଣୀ ପାଠ କରିଥିବା ବେଲେ ଅଧ୍ୟାପକ ସୁଧୀର କୁମାର ନାଏକ ନୂଆଁ ଓ ଓଡିଆ ସାହିତ୍ୟ ବିଷୟରେ ବିବରଣୀ ପାଠ କରିଥିଲେ । ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସ୍ବାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ ଅଧ୍ୟାପକ ସତ୍ୟନାରାରଣ ପଟେଳ ମଭା ପରିଚାଳନା କରିଥିଲେ। ଏହି ଅବସର ଗ୍ରହଣ କରୁଥିବା ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର ଙ୍କୁ ଅଧ୍ୟକ୍ଷ ତିଓ୍ବ୍ୟାରୀ ଓ ଭୋଜପୁର ଡି ପି ଏ ଜୁନିୟର କଲେଜ ର ଇତିହାସ ଅଧ୍ୟାପକ ତପନ କୁମାର ଜୟପୁରିଆ ଉପଢୋକନ ଦେଇ ବିଦାୟୀକାଳୀନ ସର୍ମଦ୍ଦନା ପ୍ରଦାନ କରି ଅବସର ପରବର୍ତୀ ଜୀବନ ସୁଖମୟ ବୋଲି ପ୍ରକାଶ କରିଥିଲେ। ଓଡିଆ ପ୍ରତିଯୋଗିତା ରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଓ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥୀଗଣ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସର ପ୍ରତିଷ୍ଠାତା ସଭ୍ୟ ମନୋରଞନ ପଟେଳ, ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର,ଛାତ୍ର ସଂସଦ ସଭାପତି ଅରୁଣ କୁମାର ପଟେଳ,ପୂର୍ବତନ ସଭ୍ୟା କୁମୋଦିନି ନାଏକ,ସନ୍ଧ୍ୟାରାଣୀ ରାଏ,କବି ଶେଷଦେବ ପଟେଳ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,କିରାଣୀ ଭେଷଜ ଗରଡିଆ,ପିଅନ ଜୟଦେବ ରାଉତ,ଅସିମ ପରୁଆ ତଥା ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଭାବନା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ