ଦେଓଗଡ ସମ୍ବଲପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ଓ ଜଣେ ଗୁରୁତର


ଜମନକିରା : ଆଜି ଦେଓଗଡ ସମ୍ବଲପୁର ଜାତୀୟ ରାଜପଥ ୫୩ ଆମ୍ୱଲାଙ୍ଗ ନିକଟରେ ଦେଓଗଡ ପଟୁ ଆସୁଥିବା (ଏଚଆର ୫୫ ଏଏଲ୍ ୫୬୬୫) ନମ୍ବର ବିଶିଷ୍ଟ ଏକ ଟ୍ରକ ଏବଂ ବିପରୀତ ଦିଗରୁ ଆସୁଥିବା( ଓଡ଼ି୧୧ ଏ ୨୧୧୯) ନମ୍ବର ବିଶିଷ୍ଟ ଏକ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକା ହେବା ଫଳରେ କଣ୍ଟେନର ଚାଳକ ଉତ୍ତରପ୍ରଦେଶ ର ମେହେମଦ ସେହେଯାଦର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଅତ୍ୟନ୍ତ ଗୁରୁତର ଥିବା ଜଣା ପଡିଛି। ଖବର ପାଇ ଜମନକିରା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଗୁରୁତର କୁ ଡାକ୍ତର ଖାନା ସ୍ଥାନାନ୍ତରିତ କରିଥିବା ବେଳେ ମୃତକ ର ଶବ ବ୍ୟବଚ୍ଛେଦ ପାଇଁ
ବୁର୍ଲା ଡାକ୍ତରଖାନା କୁ ପଠାଇ ତଦନ୍ତ ଜାରି ରଖିଛି। ଏଇ ଦୁର୍ଘଟଣା ଫଳରେ ଜାତୀୟ ରାଜ ପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ନଜର କୁ ଆସିଥିଲା। ସମ୍ବଲପୁର ରୁ ଜମନକିରା ମଧ୍ୟର ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଏପରି ଦୁର୍ଘଟଣା ମାନ ବାରମ୍ବାର ଘଟୁଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।