Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିପୁରରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଭଞ୍ଜନଗର;ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ଓଡିଶା ନବୀନ ଓଡ଼ିଶା ଅଧୀନରେ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡ଼ିଶା ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବି .ଡ଼ି.ଓ ଅଶ୍ୱିନୀ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ଅଚ୍ୟୁତ ପଟ୍ଟନାୟକ, ଜି.ପି.ଡି.ଓ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଂଜିତ କୁମାର ପାତ୍ର,ବୁଲୁ ସ୍ୱାଇଁ,୨୩ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ପ୍ରଧାନ,ବି.ଡି.ପୁର ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ହାସ୍ୟା ଅଭିନେତା ଅଜିତ କୁମାର ପଣ୍ଡା,ସିଡିପିଓ ଶ୍ରୀମତୀ ଦର୍ଶନୀ ନାୟକ,ବି.ଡି.ପୁର ଗ୍ରାମପଂଚାୟତ ନାୟବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ ପ୍ରମୁଖ ମଞ୍ଜାସିନ ଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଜନସାଧାରଣ କିଭଳି ସୁବିଧା ପାରୁଛନ୍ତି ସେ ବିଷୟରେ ବିଭିନ୍ନ ଷ୍ଟଲ କରି ଜନସାଧାରଣ ଙ୍କୁ ସଚେତନତା କରିବା ସହ ବି.ଡି.ପୁର ଗ୍ରାମପଞ୍ଚାୟତ ହୋଇଥିବା ବିଭିନ୍ନ ବିକାଶର ଏକ ପୁସ୍ତିକାକୁ ଉନ୍ମୋଚନ କରିବା ସହ ଜନସାଧାରଣ ଙ୍କୁ ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୨୫୦୦ ରୁ ଉର୍ଦ୍ଧଗ୍ରାମପଞ୍ଚାୟତ ଜନସାଧାରଣ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥିଭାବେ ବୁଡୁରୁଙ୍ଗୁ ସରପଞ୍ଚ ଙ୍କ ପ୍ରତିନିଧି ଧ୍ରୁବ ଚରଣ ବେହେରା,ସମିତି ସଭ୍ୟ ଭଗବାନ ଆଲଟିଆ,ରାଉତି ଗ୍ରାମପଞ୍ଚାୟତ ସରପଞ୍ଚ ରାମକୃଷ୍ଣ ସେଠୀ,ସୁଧୀର କୁମାର ପ୍ରଧାନ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବରୁଣ ବେହେରା, ଗୌରାଙ୍ଗ ପଟ୍ଟନାୟକ,ପ୍ରଶାନ୍ତ ପାତ୍ର,ବିରୁପାକ୍ଷ ସେଠୀ, ଜଗନ୍ନାଥ ପ୍ରସାଦ ସମିତିସଭ୍ୟ ଯୁଧିଷ୍ଠିର ସେଠୀ,
ପୂର୍ଣ ଚନ୍ଦ୍ର ବିଷୋୟୀ,ବିଶିଷ୍ଟ ଶିକ୍ଷାବିତ ପ୍ରଦୀପ କୁମାର ଭୂୟାଁ,ସୂର୍ଯ୍ୟ ନାରାୟଣ ପ୍ରଧାନ,ଗଣ୍ଡାଧର ସରପଞ୍ଚ ବିଜୟ ନାୟକ, ଝାଡ଼ଭୂମି ସରପଞ୍ଚ ବିପ୍ର ସ୍ୱାଇଁ, ସମିତି ସଭ୍ୟ ଅନୁପ ଭୂୟାଁ,ଅଲାଡି ସରପଞ୍ଚ ବାବାଜୀ ପୋଲାଈ ଉପସ୍ଥିତ ଥିଲେ ସେହିପରି ଗ୍ରାମପଞ୍ଚାୟତ ଖଦାଳସ୍ୱାଇଁ,ବୁଲୁ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,କହ୍ନୁ ଚରଣ ପରିଛା,କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାଳୁ ଚରଣ ପଣ୍ଡା, କୃଷ୍ଣ ଚନ୍ଦ୍ର ସେଠୀ,ଭଗବାନ ଗୌଡ଼,ବିଜୟ ପ୍ରଧାନ,ବସନ୍ତ ବସନ୍ତୀଆ, ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ,ଟୁକୁନା ପ୍ରଧାନ,ଚକ୍ରଧର ପାଣିଗ୍ରାହୀ, ସନ୍ତୋଷ କୁମାର ବାରିକ,ଦିଲ୍ଲୀପ କୁମାର ସେଠି, ଜିତେନ୍ଦ୍ର ରଥ, ମହେଶ ପ୍ରସାଦ ରଥ,ମଧୁସୂଦନ କର,ଜି.ଆର.ଏସ୍ ସରୋଜ କୁମାର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ