ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ସମ୍ବଲପୁର(ଡକରା):ମାନେଶ୍ୱର ବ୍ଲକ ଅନ୍ତର୍ଗତ ଡକରା ପଞ୍ଚାୟତ ଆମକୁନି ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ ହୋଇଯାଇଛି l ଏଥିରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୁଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମାନେଶ୍ଵର ଜୋନ 2 ର ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ, ବିଡ଼ିଓ ପ୍ରଣବ ପ୍ରକାଶ ଚାନ୍ଦ,ଏଇଇ ପ୍ରଜ୍ଞା ପ୍ରଣମିତା,ସରପଞ୍ଚ ସଞ୍ଜିବ ପୁଜାରୀ, ସମିତି ସଭ୍ୟା ସୁନିତା ରାଏ, ସାହାସପୁର ସମିତି ସଭ୍ୟା ଲିନା ମହାପାତ୍ର,ମହିଲା ବିଜେଡି ସଭାନେତ୍ରୀ ବୀଣାପାଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ସିଆରସିସି ରଞ୍ଜନ ବେହେରା ପରିଚାଳନା କରିଥିଲେ l ଏଥିରେ ଅତିଥିମାନଙ୍କ ଦ୍ୱାରା ଓଡିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା, ଉନ୍ନତି ମୂଳକ କାର୍ଯ୍ୟ ତଥା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ତାର ଲାଭ ଉଠାଇବା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା l ବିଡ଼ିଓ ଶ୍ରୀ ଚାନ୍ଦ ଡକରା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟର ସୂଚୀ ପଠନ କରିବା ସହିତ ସୂଚୀର ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ନଞ୍ଚିତ କରାଯାଇଥିଲା l ସେହିପରି ଭିଜୁଆଲ ଜରିଆରେ ମଧ୍ୟ୍ୟ ପଞ୍ଚାୟତ ତଥା ଅଞ୍ଚଳର ଉନ୍ନତମୂଳକ କାର୍ଯ୍ୟଗୁଡିକର ପ୍ରଶାରଣ ହୋଇଥିଲା l ଏହି ଅବସରରେ ବିଭନ୍ନ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପଦକରେ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଏସଏଜଜି ଗ୍ରୁପ ମହିଲାଙ୍କ ଦ୍ୱାରା ପ୍ରସ୍ତୁତି ବିଭିନ୍ନ ସାମଗ୍ରୀର ଷ୍ଟଲ,ଛାତ୍ରଛାତ୍ରୀଙ୍କ ଚିତ୍ରକଳା ତଥା ଅଞ୍ଚଳ ନିର୍ମିତ ବିଭିନ୍ନ ଜିନିଷର ପ୍ରଦର୍ଶନୀ ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା l ପାଲା ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଥିଲା l
ପିଇଓ ପ୍ରଶନ୍ନ ଦାସ, ଯୋଗାଣ ସହାୟକ କୃଷ୍ଣ ଚନ୍ଦ୍ର ବେହେରା, ଜିଆରଏସ ଦୁଷ୍ମନ୍ତ ପଣ୍ଡା, ଜେଇ ପ୍ରତାପ ଭୋଇ, ରଞ୍ଜିତ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l