Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଆଜି ଅବସର ଗ୍ରହଣ କରିଛନ୍ତି | ତେବେ ଆଜି ତାଙ୍କର ଅବସର ଗ୍ରହଣ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ମାନଙ୍କ ଦ୍ବାରା ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ପ୍ରମୋଦ କୁମାର ସେଠ୍, ଡକ୍ଚର ଅମର ତାଣ୍ଡିଆ, ପ୍ରଶାନ୍ତ କୁମାର ମିଶ୍ର, ସଂଜିତ ମାଝୀ, ସୁକଦେବ ଦେଓ୍ବାଙ୍ଗନ, କିଶୋର ଓରାମ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି | ତେବେ ଏହା ସହ ଡାକ୍ତର ସାହୁଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି | ତାଙ୍କର କାର୍ଯ୍ୟକାଳ ଭିତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବାରୁ କର୍ମଚାରୀ ମଧ୍ୟ ସେସବୁକୁ ମନେ ପକାଇଛନ୍ତି |