Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ଆଜିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ। ଏପ୍ରିଲ ୨୩ରେ ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାନ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ’ ୭ ରେ ସରିବ। ଏଥର ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ରକ୍ରିୟାରେ କରାଯିବ ମୂଲ୍ୟାୟନ। ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ।

ମେ ଶେଷ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଖାତା ଦେଖାରେ ପ୍ରାୟ ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହେବେ। ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ।

ଖାତାଦେଖା ପ୍ରକ୍ରିୟା ସୂଚାରୁ ରୂପେ କରାଯିବା ଲାଗି ମୂଲ୍ୟାୟନ କେନ୍ଦ୍ର ଗୁଡିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କୁହାଯାଇଛି। କେନ୍ଦ୍ରକୁ ମୋବାଇଲ୍ ଓ ଅନ୍ୟ ବୈଦୁତିକ ସାମଗ୍ରୀ ଆଣିବା ଉପରେ କଟକଣା ଜାରି ହୋଇଛି।

ଉଲ୍ଲେଖ ଥାଉ କି, ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା ଯୁକ୍ତ ଯୁଇ ପରୀକ୍ଷା। ଚଳିତ ଥର ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ