ହୀରାକୁଦରେ ବିଜେଡିର ପରିବାର ଜନ ସଂପର୍କ ଯାତ୍ରା

ସମ୍ବଲପୁର(ହୀରାକୁଦ): ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ପାଣିଗ୍ରାହୀ,ହୀରାକୁଦ ର ବରିଷ୍ଠ ବିଜେଡି ନେତା ଶ୍ରୀ ବାବୁଲା ଖଣ୍ଡୁଆଲ,ଶ୍ରୀ ସୋମନାଥ ସାହୁ,ଶ୍ରୀ ବବୂବାହାନ ତାଣ୍ଡିଆ,ଶ୍ରୀ ସୁବାଷ ପାଲ ଓ ଶ୍ରୀ ରୂପଧର ଛତ୍ରିଆ ପ୍ରମୁଖ ଙ୍କ ସଂଯୋଜନା ରେ ବିଜୁ ଜନତା ଦଳ ର ପରିବାର ସମ୍ପର୍କ ଯାତ୍ରା ହୀରାକୁଦ ର ୱାର୍ଡ ନମ୍ବର-୧୦ ର ତାରାସିଂ ପଡ଼ା,ୱାର୍ଡ ନମ୍ବର-୯ ର ଟାଙ୍କି ପଡ଼ା ଏବଂ ନୁଆଁ ବଜ଼ାର ସ୍ୱିପର ପଡ଼ା, ଏବଂ ୱାର୍ଡ ନମ୍ବର-୮ ର ଫଳଶାକଣ୍ଟା ଅଂଚଳ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ପୂର୍ବତନ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ବର୍ତମାନ ର ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ର ସମ୍ବଲପୁର ଜିଲ୍ଲା ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାସ ଯୋଗଦେଇ ଜନ ଅଭିଯୋଗ-ଜନ ପ୍ରସ୍ତାବ ଗୁଡ଼ିକ ଶୁଣି ଏ ଦିଗ ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ,ଶ୍ରୀ ସିଦ୍ଧାର୍ଥ ଦାସ ଜନସାଧାରଣ ଙ୍କୁ ବିଜୁ ଜନତା ଦଳ ସାଙ୍ଗରେ ସୁଦୃଢ଼ ଭାବେ ଠିଆ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସି ଙ୍କ ସର୍ବପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ୨୦୨୪ ନିର୍ବାଚନ ରେ ଦେଶ ରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରକାଶ କରିଥିଲେ । ସେ ଆମ ଓଡ଼ିଶା କୁ ନବୀନ ଓଡ଼ିଶା ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେବା ସହ ଆଗାମୀ ନିର୍ବାଚନ ରେ ଶଙ୍ଖ ଚିହ୍ନ ରେ ବିଜୁ ଜନତା ଦଳ କୁ ବିପୁଳ ପରିମାଣ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଓ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଇଂ.ଦୀନେଶ କୁମାର ସେଠ ଉପସ୍ଥିତ ଥିଲେ ।