Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

ରାୟଗଡ:ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ମନୋଜ ସତ୍ୟବାନ ମହାଜନ,ଆଇଏଏସ ଆଜି ଯୋଗଦନ କରିଛନ୍ତି l ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଠାରୁ ନୂତନ ଜିଲାପାଳ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ,ସାମ୍ବାଦିକ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ ଳ ଉପର୍ବତନ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂଙ୍କ ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହେବାପରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଥିଲେ l ନୂତନ ଏହାପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l