ବୀରମହାରାଜପୁର (ସୌମିତ୍ରି ମେହେର) :
ବୀରମହାରାଜପୁର ଶିକ୍ଷା ଜିଲ୍ଲା ରେ ହୋଇଥିବା ଶିକ୍ଷକ ବଦଳି ର ପ୍ରତିବାଦ ବଢ଼ିବାରେ ଲାଗିଛି। ଦୁଇ ଦିନ ରେ ଦୁଇ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ । ବୁଧବାର ଦିନ ତେଲିପାଲି ୟୁପି ସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦ କରି ତାଲା ପକାଇ ଥିବା ବେଳେ ଗୁରୁବାର ଦିନ ଲୁତୁରପଙ୍କ ପଞ୍ଚାୟତ ର ଘିଚାପାଲି ୟୁପି ସ୍କୁଲ ରେ ଜଣେ ଶିକ୍ଷକ ଙ୍କ ବଦଳି ପ୍ରତିବାଦ କରି ସ୍କୁଲ ଫାଟକ ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ , ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ। ସୂଚନାମତେ ଘିଚାପାଲି ସ୍କୁଲ ଟି ଏକ ପୁରାତନ ଓ ପ୍ରତିଷ୍ଠିତ ସ୍କୁଲ ରହିଥିବା ବେଳେ ଉକ୍ତ ସ୍କୁଲ ଟି ୧୯୬୬ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏବେ ଉକ୍ତ ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠୋଟି ଶ୍ରେଣୀରେ ପ୍ରାୟ ୯୩ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ଏମାନଙ୍କୁ ପଢ଼ାଇବା ପାଇଁ ୩ଜଣ ଶିକ୍ଷୟିତ୍ରୀ ଓ ୨ ଜଣ ଶିକ୍ଷକ ସ୍କୁଲରେ ଥିଲେ। ତେବେ ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ଅଫିସ କାର୍ଯ୍ୟରେ ସଂପୃକ୍ତ ରହିଥାନ୍ତି । ଗତ ୨୯ ତାରିଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ପତ୍ର ସଂଖ୍ୟା ୧୧୧/୨୯ ରେ ବିଭିନ୍ନ ସ୍କୁଲରୁ ପ୍ରାୟ ୧୧ ଜଣ ଙ୍କ ବଦଳି କରାଯାଇଥିଲା । ଏହି କ୍ରମରେ ଘିଚାପାଲି ୟୁପି ସ୍କୁଲ ର ସହକାରୀ ଶିକ୍ଷକ ମଦନ ସୁନ୍ଦର ଭୋଇ ଙ୍କ ବଦଳି ମୁର୍ଷୁଣ୍ଢି ପଞ୍ଚାୟତ ର ଭୁତିଆପାଲି ୟୁପି ସ୍କୁଲ କୁ ବଦଳି କରାଯାଇଥିଲା । ଉକ୍ତ ଖବର ଜାଣିବା ପରେ ଗତ ୩୦ ଜାନୁୟାରୀ ମଙ୍ଗଳବାର ଦିନ ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ବୀରମହାରାଜପୁର ବିଇଓ ଙ୍କୁ ଲିଖିତ ଅଭିଯୋଗ କରି ବଦଳି ବାତିଲ କରିବା ପାଇଁ ଜଣେଇ ଥିଲେ। ମାତ୍ର ବିଭାଗ ଅଭିଯୋଗ କୁ ଗୁରୁତ୍ବ ଦେଇ ନ ଥିବାରୁ ଗୁରୁବାର ଏହାର ପ୍ରତିବାଦ ସ୍ୱରୂପ ସ୍କୁଲ ଫାଟକ ରେ ତାଲା ପକାଇ ପ୍ରତିବାଦ କରାଯାଇଥିଲା । ଫଳରେ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ସ୍କୁଲ ଭିତର କୁ ଯାଇ ନ ପାରି ସ୍କୁଲ ବାହାରେ ରହିଥିଲେ। ଏପରିକି ପିଲାଙ୍କ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଇ ପାରି ନ ଥିଲା। ଏନେଇ ଖବର ପାଇ ବିଇଓ ଶାନ୍ତନୁ କୁମ୍ଭକାର ଙ୍କ ନିର୍ଦ୍ଦେଶରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ସ୍କୁଲ କୁ ଯାଇ ବୁଝାସୁଝା କରିଥିଲେ ସୁଦ୍ଧା ଶିକ୍ଷକ ବଦଳି ବାତିଲ କରିବାକୁ ଦାବି କରିଥିଲେ । ଏନେଇ ପ୍ରଧାନ ଶିକ୍ଷକ ଦୂତୀଆ ଝାଙ୍କର ଙ୍କୁ ଯୋଗାଯୋଗ କରିବାରୁ ଶିକ୍ଷିତ ବଦଳି ପ୍ରତିବାଦ କରି ସ୍କୁଲ ଫାଟକ ରେ ତାଲା ପକାଇ ବିକ୍ଷୋଭ କରା ଯାଇଥିଲା । ଏନେଇ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଙ୍କୁ ପଚାରିବାରୁ ସେମାନଙ୍କ ଦାବି ମୁତାବକ ବଦଳି ହୋଇଥିବା ଶିକ୍ଷକ ଙ୍କୁ ପୁନର୍ବାର ଫେରାଇ ଅଣାଯିବ ବୋଲି କହିଛନ୍ତି l
ବୀରମହାରାଜପୁର ଶିକ୍ଷା ଜିଲ୍ଲା ର ତେଲିପାଲି ପରେ ଘିଚାପାଲି ସ୍କୁଲ ରେ ପଡିଲା ତାଲା
