ବୀରମହାରାଜପୁର (ସୌମିତ୍ରି ମେହେର) :
ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଧାନ କିଣାରେ ଅବ୍ୟବସ୍ଥା ସାଙ୍ଗକୁ କଟନିଛଟନି ର ସିବିଆଇ ତଦନ୍ତ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା I ଏ ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ରାଜ୍ୟରେ ଚାଷୀଙ୍କଠାରୁ ଧାନ କିଣା ପାଇଁ ଦାୟିତ୍ୱ ଦିଆଯାଉଥିବା 98 ପ୍ରତିଶତ ମଣ୍ଡିରେ ଭିତ୍ତିଭୂମି ନାହିଁ I ଧାନ ରଖିବା ପାଇଁ ମଣ୍ଡିରେ ଗୋଦାମ ଘର ନାହିଁ କି ଚାଷୀ ମାନଙ୍କ ପାଇଁ ବିଶ୍ରାମ ଗୃହ ନାହିଁ I ପାନୀୟଜଳ , ସାଧାରଣ ଶୌଚାଳୟ ବ୍ୟବସ୍ଥା କିଛି ନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି l ବିଭିନ୍ନ ମଣ୍ଡି ମାନଙ୍କରେ ପ୍ରାୟ 5 ରୁ 10 କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଛି ଏବଂ ଲୋଡ୍ ଅନଲୋଡ ପାଇଁ ଚାଷୀ ଙ୍କ ଠାରୁ କୁଇଣ୍ଟାଲ ପ୍ରତି 10 ଟଙ୍କା ହିସାବରେ ଆଦାୟ କରାଯାଉଛି I ବସ୍ତା ଯୋଗାଇ ଦିଆଯାଉ ନାହିଁ କି ଚାଷୀ ନେଇଥିବା ବସ୍ତାର ପ୍ରାପ୍ୟ ଦିଆଯାଉନାହିଁ I ଉପରୋକ୍ତ ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି I ଦାବି ପତ୍ର ପ୍ରଦାନ ସମୟରେ ବିଜେପିର ଆଶ୍ରୟ ମହାନନ୍ଦ , ଆନନ୍ଦ ବାରିକ , ରାଧାକାନ୍ତ ପଣ୍ଡା , ଉଷା କୁମାରୀ , ରାଜ କିଶୋର ମେଣ୍ଡେଲୀ , ପ୍ରଦୀପ ପଣ୍ଡା , ପଙ୍କଜ ନାଏକ , ଶୁକ ଚରଣ ଭୋଇ ପ୍ରମୁଖ ଙ୍କ ସହ ବହୁ ବିଜେପି କର୍ମି ଉପସ୍ଥିତ ଥିଲେ l
ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ଯ ରେ ଦାବିପତ୍ର
