Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ଠାରୁ ଭୁବନେଶ୍ୱରକୁ ସରକାରୀ ବସ୍‌ ଚଳାଚଳ ପାଇଁ ଦାବି

ଗୁଡାରି: ବହୁ ପୁରାତନ ସହର ଗୁଡାରି। ହେଲେ ଏହି ସହର ପ୍ରତି ରାଜ୍ୟ ସଡକ ପରିବହନ ବିଭାଗର ଦୃଷ୍ଟି ପଡୁନାହିଁ। ବହୁ ବର୍ଷ ପୁର୍ବେ ଗୁଡାରିକୁ ନା ଥିଲା ଭଲ ସଡ଼କ ନା ବଂଶଧାରା ନଦୀରେ ପୋଲ। ସେହି ସମୟରେ ଗୁଡାରି ସହରକୁ ଏକ ଦ୍ବୀପ ବୋଲି ଲୋକେ କହୁଥିଲେ। ତତ୍କାଳୀନ କଂଗ୍ରେସ ସରକାରର ବିଧାୟକ ସାଂସଦ ବହୁଦିନ ଧରି ଏହି ନିର୍ବାଚନ ମଣ୍ଡଳୀ ନିଜର ଅକ୍ତିଆରରେ ରଖିଥିଲେ ମଧ୍ୟ ଗୁଡାରି ଅଞ୍ଚଳର କୌଣସି ପ୍ରକାରର ଉନ୍ନତି ହୋଇପାରିନଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି ଏବଂ ଗମନାଗମନ କ୍ଷେତ୍ରରେ ବହୁ ଉନ୍ନତି ହୋଇଛି। ବଂଶଧାରା ନଦୀରେ ବିଜୁ ସେତୁ ନିର୍ମାଣ, ଏମିତି ଅନେକ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିଛି। କିନ୍ତୁ ଦୁଃଖର ବିଷୟ ଓଡ଼ିଶାର ସମସ୍ତ ସହରକୁ ସରକାରୀ ବସ ଚଳାଚଳ କରୁଥିବାବେଳେ ଗୁଡାରି ଠାରୁ ରାଜଧାନୀ ଭୁବନେଶ୍ଵରକୁ ଗୋଟିଏ ବି ସରକାରୀ ବସ ଚଳପ୍ରଚଳ କରିପାରୁନି କାହିଁକି ବୋଲି ସର୍ବସାଧାରଣଙ୍କ ପ୍ରଶ୍ନ।

ଗୁଡାରି ଠାରୁ ଗୁମୁଡ଼ା ଏକ ସରକାରି ବସ ଚଳାଚଳ କରୁଥିଲେ ମଧ୍ୟ ଏହି ବସ ଉପରେ ଜନ ସାଧାରଣଙ୍କ ଭରସା ରହୁନି। ବର୍ଷରୁ ଅଧିକ ହେଲାଣି ଗୁଡାରି ବାସିନ୍ଦା ବାରମ୍ଵାର ପ୍ରଶାସନଙ୍କୁ ଅନୁରୋଧ ତଥା ପରିବହନ କାର୍ଯ୍ୟାଳୟକୁ ଚିଠି କରିବା ସତ୍ତ୍ବେ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟକାରି ଶୁନ । ଏଠାରେ ପ୍ରଶ୍ନ ଉଠୁଛି ଗୁଡାରୀ ବ୍ଳକ,ନଗର ତଥା ନିର୍ବାଚନ ମଣ୍ଡଳୀରେ ଚଳିତ ସରକାର ନିଜର ଦବଦବା ଜାହିର ରଖିଥିଲେ ମଧ୍ୟ ସାମାନ୍ୟ ସରକାରୀ ବସଟି ଗୁଡାରି ରୁ ରାଜଧାନୀ ଭୁବନେଶ୍ୱରକୁ ଚାଲି ପାରୁନି କାହିଁକି ? ଏଥିରେ ପାଇଁ ପ୍ରଶାସନର ଅବହେଳା ନା ବେସରକାରୀ ବସ ମାଲିକ ମାନେ ଏହାକୁ କାର୍ଯ୍ୟକାରୀ କରିବାରେ କଣ୍ଟା ସାଜିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ? ରାୟଗଡ଼ା ଠାରୁ କଟକ ଯିବା ସରକାରୀ ବସ ଅନ୍ତତଃ ଭାୟା ଗୁଡାରି ଦେଇ ଚଳାଚଳ କଲେ ପଦ୍ମପୁର ବ୍ଳକ ଏବଂ ଗୁଡାରି ଏନଏସି ଓ ବ୍ଲକର ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କିଛି ବୁଦ୍ଧିଯିବି କହିଛନ୍ତି। ଭବିଷ୍ୟତରେ ସାରକାରୀ ବସ ଚଳାଚଳ ପାଇଁ ପ୍ରଶାସନ ତଥା ଶାସକ ଦଳ ନେତାମାନେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଆସନ୍ତା୨୦୨୪ରେ ସାଧାରଣ ନିର୍ବାଚନ ଅଛି। ଯଦି କୌଣସି ପ୍ରକାରେ ହେଉ ଗୁଡାରି ଠାରୁ ଭୁବନେଶ୍ୱରକୁ ସରକାରୀ ବସ ଚଳାଚଳ ନହେଲେ ଶାସକ ଦଳକୁ ମହଙ୍ଗା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ