ବିଶ୍ଵ ଭାଷା ସାହିତ୍ୟ ପକ୍ଷରୁ ଓଡ଼ିଆ କବି ସମ୍ମିଳନୀ।


ହାଟଡିହି ଶନିବାର ଦିନ ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆଂଚଳିକ କବି ମାନଙ୍କ ମାନଙ୍କ ଦ୍ଵାରା ଓଡ଼ିଆ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡିହି ବ୍ଲକରେ ଥିବା ବିଭିନ୍ନ  ବର୍ଗ ର କବି ମାନଙ୍କ ମଧ୍ୟରେ କବିତା ଆବୃତ୍ତି କରାଯାଇଥିଲା। ଏଥିରେ ଆସିଥିବା କବି ମାନଙ୍କ ମଧ୍ୟରେ ସାହିତ୍ୟ ଭାଷା ପ୍ରତି ଥିବା ମମତା କୁ କବିତା ମାଧ୍ୟମ ରେ ଆବୃତ୍ତି କରିଥିଲେ । ଏଥିରେ ହାଟଡିହି ବ୍ଲକର ବିଡିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଶିଶୁ ସାହିତ୍ୟିକ ରତ୍ନାକର ଦାସ କବି ହାସ୍ୟମୟୀ ରାଜ, ଅଧ୍ୟାପକ ସୁବାସ ପାତ୍ର  ମଞ୍ଚ ସଞ୍ଚାଳନ କରିଥିଲେ। ଏଥିରେ ପ୍ରାୟ  ଏକାଧିକ କବି ଗାଳ୍ପିକ ପ୍ରାବନ୍ଧିକ ମାନେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଷୟ ରେ କବିତା ଆବୃତ୍ତି କରିଥିଲେ। ଏଥରେ ବିଜେତା ମାନଙ୍କୁ ଉପଢୋକାନ ଓ ମାନପତ୍ର ପ୍ରଦାନ କରା ଯାଇଛି।