Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ରୁ ଗଡିଲା ଟ୍ରେନ ପ୍ରଧାନମନ୍ତ୍ରୀ କଲେ ଲୋକାର୍ପଣ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହୋଇଛି। ସମ୍ବଲପୁର ରୁ ଆଭାସି ଯୋଗେ ଏହି ପ୍ରକଳ୍ପ ର ଲୋକାର୍ପଣ କରିଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସକାଳୁ ହଜାର ହଜାର ଲୋକ ଙ୍କ ସୁଅ ଛୁଟିଥିଲା ସୋନପୁର ରେଳ ଷ୍ଟେସନ କୁ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ରେଳ ଷ୍ଟେସନର ଲୋକାର୍ପଣ କରିବା ସହ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ବୋଲି ଜଣାପଡିବା ପରେ ସତେଯେମିତି ଚଳଚଞ୍ଚଳ ହୋଇ ଉଠିଥିଲା ସମଗ୍ର ଜିଲ୍ଲା। ରେଳ ଚଳାଚଳ ଆରମ୍ଭ ହେବାପରେ ଭୁବନେଶ୍ଵର ବଲାଙ୍ଗୀର ଇଣ୍ଟରସିଟୀକୁ ସମ୍ପ୍ରସାରଣ କରି ସୁବର୍ଣ୍ଣପୁରରୁ ଭୁବନେଶ୍ବର ଓ ସୁବର୍ଣ୍ଣପୁରରୁ ସାପ୍ତାହିକ ପୁରୀ ଟ୍ରେନ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୁଚନା ଦିଆଯାଇଛି। ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହେବା ସହ ଲୋକେ ପ୍ରଥମ ଥର ପାଇଁ ଟ୍ରେନ୍ ସେବା ପାଇପାରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଘାଟନୀ ପରେ ଏକ ସ୍ପେସାଲ ଟ୍ରେନ ସୋନପୁର ରୁ ପୁରୀ ଯାତ୍ରା ଆରମ୍ଭ କରିଥିବା ଯୋଗୁଁ ଆଜି ଜିଲ୍ଲାରେ ବେଶ ଖୁସିର ମାହୋଲ ପରିଲକ୍ଷିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories