Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ସାଧାରଣ ନିର୍ବାଚନକୁ ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ସୁୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଆସନ୍ତା ସାଧାରଣ ନିର୍ବାଚନର ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହ ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ , ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପାଢ଼ୀ, ଅବକାରୀ ଅଧୀକ୍ଷକ ସୁମତୀ ତ୍ରିପାଠୀ, ସମସ୍ତ ବିଡିଓ, ତହସିଲଦାର, ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଯଶସ୍ଵିନୀ ପୋଥାଳ ଏବଂ ନିର୍ବାଚନ ସହିତ ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ କିଭଳି ଭାବରେ ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହା ପରେ ନିର୍ବାଚନ ସମ୍ଵନ୍ଧିୟ ସମସ୍ତ ପ୍ରସ୍ତୁତିର ବ୍ଲକ୍ ୱାରି ସମୀକ୍ଷା କରିଥିଲେ। ପ୍ରତିଟି ବୁଥ ରେ ଅସମ୍ପୂର୍ଣ୍ଣ କୋଠା ର ନିର୍ମାଣ ଶେଷ କରିବା, ବିଦ୍ୟୁତ ସଂଯୋଗ, ଶୌଚାଳୟ , ରାମ୍ପ ନିର୍ମାଣ, ପିଇବା ପାଣି ସୁବିଧା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ରେ ଥିବା ସମସ୍ତ ୫୮୬ ଟି ବୁଥ ପାଇଁ ନିର୍ବାଚନ ଅଧିକାରୀ ମନୋନୀତ କରି ସେମାନଙ୍କୁ ଆବଶ୍ୟକ ତାଲିମ୍ ଦେବା, ସେକ୍ଟର ଅଫିସର ମାନଙ୍କୁ ନିଯୁକ୍ତି ତଥା ତାଲିମ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା। ଫେବ୍ରୁଆରି ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ଜିଲ୍ଲପାଳ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପର୍ୟ୍ୟନ୍ତ ପ୍ରତି ସପ୍ତାହରେ ଦୁଇଥର ପ୍ରସ୍ତୁତି ସମୀକ୍ଷା ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ