Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ମହୋତ୍ସବ କମିଟି ଭେଟିଲେ ଜିଲ୍ଲାପାଳଙ୍କୁ,ମହୋତ୍ସବର ସଫଳତା ପାଇଁ କଲେ ଅନୁରୋଧ

ସମ୍ବଲପୁର:ଆସନ୍ତା ୮ ଫେବୃଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ବୀର୍‌ସା ମଏଦାନ୍‌,ପିଏଚଡି ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲ୍‌ପୁର୍‌ ମହୋତ୍ସବ୍‌ର ସବିଶେଷ ଆୟୋଜନ ନେଇ ଏହାର କର୍ମକର୍ତ୍ତାମାନେ ଆଜି ସମ୍ବଲ୍‌ପୁରର ଜିଲ୍ଲାପାଳଙ୍କୁ ଭେଟି ମହୋତ୍ସବର ସଫଳତା ନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଆୟୋଜକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିବା ନେଇ ସପନ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି।ଏହାର ପୃଷ୍ଠପୋଷକ ଭାବରେ ଜିଲ୍ଲାପାଳ ରହିଥିବାରୁ ଆୟୋଜକ କମିଟି ପଡ଼ିଆରେ ଜଳ ବ୍ୟବସ୍ଥା ଓ ପରିମଳ ପାଇଁ ପ୍ରତ୍ୟହ କମିଶନର୍‌ ଓ ପିଏଚ୍‌ଡ଼ିର ସହଯୋଗ ପାଇଁ ସେମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିପାଇଁ ଜଳ ଯୋଗାଣ ଗାଡ଼ି ବ୍ୟବସ୍ଥା କରାଯିବାକୁ ସେମାନେ ଜିଲ୍ଲାପାଳଙ୍କ ଠାରେ ଅନୁଗ୍ରହ କରିବା ସହିତ ପ୍ରତିଦିନ ପଡ଼ିଆକୁ ସଫା କରିବା ତଥା ସେଠାରେ ଥିବା ପାଇଖାନାକୁ ପରିଷ୍କାର ଓ ପରିଚ୍ଛନତା ରଖିବାକୁ ଅନୁରୋଧ କରିଛନ୍ତି।ଆୟୋଜକମାନେ ନୂତନ ଜିଲ୍ଲାପାଳଙ୍କୁ ଭେଟିବା ପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ନେଇ ଆଶ୍ବସ୍ତି ପ୍ରକାଶ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ