Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ:କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁରକୁ ଆଗୁଆ କରିବା ପ୍ରୟାସ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ସମ୍ବଲପୁର:କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁରରେ ‘ଡିଷ୍ଟ୍ରିକ୍ଟ ମାଷ୍ଟର ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ “ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ଉଦଯାପନୀ ସମାରୋହରେ ଯୋଗଦେଇ କ୍ରୀଡ଼ା ମାନଚ୍ଚିତ୍ରରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଥିବା ଆସକ୍ତିକୁ ବଢାଇବା ଲକ୍ଷ୍ୟରେ ‘ଡିଷ୍ଟ୍ରିକ୍ଟ ମାଷ୍ଟର ଆଥଲେଟିକ୍ ଆସୋସିଏସନ’ର ଉଦ୍ୟମ ପ୍ରଶଂସନୀୟ । ଏହିଭଳି ପ୍ରତିଯୋଗିତା ଦେଖିଲେ ଲାଗୁଛି, ଓଡ଼ିଶାରେ ଖେଳ ବିଶେଷ ଭାବରେ ଫୁଟବଲ ପ୍ରତି ଆଗ୍ରହ ଓ ସମର୍ଥନ ବଢୁଛି । ଆଗାମୀ ଦିନରେ “ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ” ଅଧିକ ବ୍ୟାପକ ଆକାରରେ ଆୟୋଜନ ହେଉ । ରାଜ୍ୟର ସବୁ ଜିଲ୍ଲାର ଯୁବ ଖେଳାଳୀମାନଙ୍କୁ ନେଇ ଫୁଟବଲ ପ୍ରତିଯୋଗିତା କରାଯାଉ । ଏହା ଦ୍ୱାରା ଯୁବକ ଯୁବତୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ତିଆରି ହେଉଛି ବୋଲି ସେ କହିଥିଲେ ।
ବରଗଡ଼ ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବରଗଡ ବିଜୟୀ ହୋଇଥିଲା । ଦୁଇ ଦଳର ଖେଳାଳୀ ମାନଙ୍କୁ ପୁରସ୍କୃତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଖୁବ ଆକର୍ଷଣୀୟ ଥିଲା । ଉଭୟ ଦଳ ବହୁତ ଭଲ ଖେଳିଲେ । ଫୁଟବଲ ଖେଳକୁ ଆହୁରି ବ୍ୟାପକ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ