ସମ୍ବଲପୁର ମହୋତ୍ସବ ସଂଯୋଜକ ହେଲେ ସୌଭାଗ୍ୟ ନାୟକ

ସମ୍ବଲପୁର:ସମ୍ବଲପୁର ମହୋତ୍ସବ୍ ଆୟୋଜନ କମିଟୀର ଅଭ୍ୟର୍ଥନା କମିଟୀର ସଂଯୋଜକ ଭାବରେ ଆଜି ସୌଭାଗ୍ୟ ନାୟକଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ମହିଳା ନେତ୍ରୀ ମିନତୀ ଦେବତାଙ୍କୁ ମଂଚର ସୁବ୍ୟବସ୍ଥା ପାଇଁ ମନୋନିତ କରାଯାଇଛି।
ଆଜି ଆୟୋଜନ କମିଟୀର ବୈଠକରେ କର୍ମକର୍ତ୍ତାମାନେ ଆସନ୍ତା ୮ ଫେବୃଆରୀଠାରୁ ଆରମ୍ବ ହେବାକୁ ଥିବା ସମ୍ବଲପୁର ମହୋତ୍ସବ ବାବଦରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଛନ୍ତି। ଏ ସଂପର୍କରେ ସୂଚନା ଦେଇ ଆୟୋଜନ କମିଟୀର ମୂଖ୍ୟ ପୂରୋଧା ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ କହିଛନ୍ତି ଯେ ପ୍ରତ୍ୟେକ ଦିନର ଅତିଥିମାନଙ୍କ ଦାୟିତ୍ବ ସୋଭାଗ୍ୟ ନାୟକ ନିର୍ବାହ କରିବେ। ଏହା ସହିତ ମଂଚର ବ୍ୟବସ୍ତା ମଂଚ ଓ ପ୍ରେକ୍ଷାଳୟ କମିଟୀର ସଦସ୍ୟମାନେ ତୁଲାଇବେ। ବିଭିନ୍ନ ବିଶ୍ବବିଦ୍ୟାଳୟ କୂଳପତିମାନକଙ୍କ ସହ ପଶ୍ଚିମାଂଚଳର ପଦ୍ମଶ୍ରୀ ବିଜେତା ଓ ଅନ୍ୟାନ୍ୟ ନେତୃବୃନ୍ଦ ଅତିଥି ଭାବରେ ଯୋଗ ଦେବେ। ସୋଭାଗ୍ୟ ନାୟକଙ୍କ ପରିଚାଳନାରେ ପ୍ରତ୍ୟେକ ସଂଧ୍ୟାର ଅତିଥିଙ୍କ ସମନ୍ବୟରେ ସେ ସବୁ ମଂଚକାର୍ଯ୍ୟ ସଂପାଦିତ ହେବ।