Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଆରୋଗ୍ୟ ସମିତି ତାଲିମଦାତାଙ୍କ ତାଲିମ କାର୍ଯ୍ୟକ୍ରମ

ସମ୍ବଲପୁର:ନଗରାଞ୍ଚଳ ବସ୍ତି ଅଞ୍ଚଳ ମାନଙ୍କରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଦୂରିକରଣ ସହିତ ସମସ୍ତ ବସ୍ତି ଅଞ୍ଚଳକୁ ସୁସ୍ଥ ବସ୍ଥି ନିର୍ମାଣ ଲକ୍ଷ ନେଇ ଆଜି ନଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସ୍ଥାନୀୟ ଅଇଁଠାପାଲି ସଭାକକ୍ଷରେ ମହିଳା ଆରୋଗ୍ୟ ସମିତିର ତାଲିମଦାତା ମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ଦିନିକିଆ ତାଲିମ ଶିବିରକୁ ଏଡିପିଏଚଓ ଡା.ପ୍ରଦୀପ କୁମାର ହୋତା ଉଦଘାଟନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସିପିଏମ ନିକୁରଞ୍ଜନ ପଡିହାରୀ,ଏପିଏମ ବନ୍ଦନା ନାୟକ ତାଲିମ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡା.ସନ୍ତୋଷ କୁମାର ସାହୁ,ଡା.ରାଜାରାମ ଷଡଙ୍ଗୀ ,ଗଣେଶ ରାମ ପଣ୍ଡା ,ବାଣି ମହାପାତ୍ର ପ୍ରମୂଖ ବିଭିନ୍ନ ତାଲିମ ପ୍ରଦାନରେ ସହଯୋଗ କରିଥିବା ବେଳେ ମହାନଗର ଅନ୍ତର୍ଗତ ସମସ୍ତ ପିଏଚଏମ,ବଛା ବଛା ତାଲିମଦାତା ମାନେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଏହି ତାଲିମରେ ସହରାଞ୍ଚଳରେ ମିଳୁଥିବା ସ୍ୱାସ୍ଥ୍ୟ ସେବା,ସୁବିଧା ଓ ଯତ୍ନ, ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆରୋଗ୍ୟ ସମନ୍ଦିୟ ସେବା ସୁବିଧା,ବିସ୍ତୃୟ ପ୍ରାଥମିକ ସ୍ୱାସ୍ଥ ସେବା ଓ ଯତ୍ନ,ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ଅନୁଷ୍ଠାନର ପାରିର୍ଶ୍ବକ ପରିଷ୍କାର ପରିଚ୍ଛନ୍ନତାରେ ମହିଳା ଆରୋଗ୍ୟ ସମିତି ଦାୟିତ୍ୱ,ଲିଙ୍ଗଗତ ବୈଷମ୍ୟତା,କୈଶୋର ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ,ଅନୂକୁଳ ପରିବେଶ,ସ୍ୱଚ୍ଛତା ଅଭ୍ୟାସ,ମହିଳା ଆଗୋଗ୍ୟ ସମିତିର ସମନ୍ୱୟତା ଓ ଆଦର୍ଶ ବସ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଆସନ୍ତା ଦିନରେ ମହାନଗର ନିଗମ ଅନ୍ତର୍ଗତ ସମ୍ବଲପୁର,ବୁର୍ଲା,ହୀରାକୁଦ ଓ ଚାଉଁରପୁର ଅଞ୍ଚଳର ସମସ୍ତ ମହିଳା ଆରୋଗ୍ୟ ସମିତିକୁ ଆଦର୍ଶ ଓ ସୁସ୍ଥ ବସ୍ତି ନେଇ ସମସ୍ତ ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories