Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ନାରୀ ବନ୍ଦୀ ନିକେତନ ଅନ୍ତେବାସୀଙ୍କୁ ଗୀତା,ଧର୍ମ ଗ୍ରନ୍ଥ ଶାଢ଼ୀ ପୋଷାକ ଭେଟି

ସମ୍ବଲପୁର:ସ୍ଥାନୀୟ ନାରୀ ବନ୍ଦୀ ନିକେତନ ଠାରେ ସମାଜସେବୀ ହରଦୀପ ସିଂ ଭୁର୍ଜି ( ବବି ଭାଇ) ଙ୍କ ସୌଜନ୍ୟରୁ ମହିଳା ବନ୍ଦୀ ମାନଙ୍କୁ ହିନ୍ଦୀ ଓ ଓଡ଼ିଆ ଭାଗବତ ଗ୍ରନ୍ଥ ସହ ବହୁ ହିନ୍ଦୀ ଓ ଓଡିଆ ଧାର୍ମିକ ବହି ଗୁଡିକ ପ୍ରଦାନ କରାଯାଇଛି।ଏପରିକି ମହିଳାଙ୍କୁ ଶାଢୀ ସହ ମାଁ ମାନଙ୍କ ସହ ରହୁ ଥିବା ଛୋଟ ପିଲା ମାନଙ୍କୁ ପୋଷାକ ସହିତ ସମସ୍ତଙ୍କ ପାଈଁ ଜଳପାନ ବ୍ୟବସ୍ଥା କରା ଯାଇ ଥିଲା। ଆଜି ଏହି କାର୍ଯ୍ୟକ୍ରମରେ ନାରୀ ବନ୍ଦୀ ନିକେତନ ର ମୁଖ୍ୟ ଅଧିକ୍ଷକ ରୁନିବାଲା ଦେଇଙ୍କୁ ପୁଷ୍ପ ଗୁଛ ଏବଂ ସାଲ ଦେଈ ଅଭିନନ୍ଦନ ଜଣାଇଲା ପରେ ତାଙ୍କ ସହ ଅନ୍ୟମାନଙ୍କୁ ଭେଟି ଏହି ସବୁ ସାମଗ୍ରୀ ଭେଟି ଦିଆଯାଇଥିଲା। ବବି ଭାଇ ବନ୍ଦୀ ନିକେତନରେ ନ୍ୟାୟର ଅପେକ୍ଷାରେ ଥିବା ଅନ୍ତେବାସୀଙ୍କୁ କହି ଥିଲେ ଜୀବନ ରେ ସୁଖ ଦୁଃଖ ଲାଗି ରହିଛି ଆଜି ଦୁଃଖ ଅଛି ଯଦି କାଲି ନିଶ୍ଚିତ ସୁଖ ଆସିବ।ଆମେ ଏଇଠୁ ମୁକ୍ତ ହେଲା ପରେ ସତ୍ ଓ ଧର୍ମ ପଥ ରେ ରହି ଜୀବନ ପଥ ରେ ଆଗକୁ ବଢ଼ିବା ଏବଂ ସମାଜରେ ଅନ୍ୟ ମାନଙ୍କର ପାଇଁ ଉଦାହରଣ ହୋଇ ଇତିହାସ ସୃଷ୍ଟି କରିବା। ଆଜି ଏହି କାର୍ଯ୍ୟକ୍ରମରେ ମହିଳା ସମାଜସେବୀ ସସ୍ମିତା ଦୀପ, ସୁରେଖା ସାହୁ, ମମତା ପଣ୍ଡା, ଲିଲୀମା ମଲ୍ଲିକ, ବେବୀ ବାରିକ ଆଇନ ଜୀବି ସବିନୟ ପୂଜାରୀ,ହରିହର ପାଣି, ପ୍ରଶାନ୍ତ ନାୟକ, ହରେକୃଷ୍ଣ ସରାଫ, ନବୀନ ପଣ୍ଡା ଆଦି ସହଯୋଗ କରି ମୁଖ୍ୟ ଭୂମିକା ତୁଲାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ