Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁଚର୍ଚ୍ଚିତ ଡମ୍ବରୁ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କଲା ସୁବର୍ଣ୍ଣପୁର ପୋଲିସ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତମାସ ଜାନୁଆରୀ ୨୬ ତାରିଖ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଚନ୍ଦଳୀ ଗାଁ ର ବହୁ ଚର୍ଚ୍ଚିତ ଡମ୍ବରୁ ଅଧିକାରୀ (୨୪)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ସୋନପୁର ଜିଲ୍ଲା ପୋଲିସ। ଡମ୍ବରୁ ଙ୍କ ପ୍ରେମିକା ଦେବଗଡ ଜିଲ୍ଲା ବାରକୋଟ ଥାନା ବାଘଧରି ଗ୍ରାମ ର କାଜଲ ମହାପାତ୍ର ଓରଫ ଝିଲି ଏହି ହତ୍ୟାକାଣ୍ଡ ର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିବା ବେଳେ ହତ୍ୟାକାଣ୍ଡ ରେ ସଂପୃକ୍ତ ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ଥାନା ବାଗବର୍ ଗ୍ରାମ ର ରିତ ନାଏକ (୨୯) ଓ ସୁବଳୟା ଥାନା ବଡଖମାର ଗ୍ରାମର ରାଜୀବ କୁମ୍ଭାର (୪୦)ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଝିଲି ଏକ ବ୍ୟାଣ୍ଡ ପାର୍ଟି ରେ ନର୍ତ୍ତକୀ ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ୫ ବର୍ଷ ହେବ ଡମ୍ବରୁ ଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଡମ୍ବରୁ ରାଉରକେଲା ଅଞ୍ଚଳ ର ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିବା ଜାଣିବା ପରେ ଝିଲି ହଜମ କରିପାରି ନ ଥିଲା। ପରେ ଡମ୍ବରୁଙ୍କୁ ହତ୍ୟା ପାଇଁ ରୀତ ଓ ରାଜୀବ ସହ ମିଶି ଷଡଯନ୍ତ୍ର ରଚିଥିଲା। ୪୦ ହଜାର ଟଙ୍କା ରେ ଡିଲ କରିବା ସହ ଜାନୁୟାରୀ ୬ ରେ ଅଗ୍ରୀମ ୧୦ ହଜାର ଫୋନ ପେ ମାଧ୍ୟମରେ ରାଜୀବ ଙ୍କୁ ଝିଲି ଦେଇଥିଲା। ଜାନୁଆରୀ ୨୬ ତାରିଖ ଦିନ ସନ୍ଧ୍ୟାବେଳେ ରିତ ଓ ରାଜୀବ ଭୋଜି କରିବା ବାହାନାରେ ଡମ୍ବରୁ ଙ୍କୁ ଡାକି ନେଇ ମଦ୍ୟପାନ କରିବା ପରେ ଏକ ଟାଙ୍ଗିଆରେ ରିତ ଡମ୍ବରୁ ମୁଣ୍ଡ ରେ ଚୋଟ ମାରିବା ପରେ ଡମ୍ବରୁ ସେଇଠି ଟଳି ପଡ଼ିଥିଲେ। ଏ ନେଇ ଏକ କେସ ୧୯/୨୬.୦୧.୨୪ ସୁବଳୟା ଥାନା ରେ ରୁଜୁ ହେଲାପରେ ଅତିରିକ୍ତ ଏସପି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ ଏବଂ ସୁବଳୟା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ସହଯୋଗରେ କେଶ ର ତନାଘନା କରିବା ପରେ ସୁବର୍ଣ୍ଣପୁର ପୋଲିସକୁ ଏହା ଏକ ବଡ଼ ସଫଳତା ମିଳିଥିବା ବିଷୟ ଆଜି ନୂତନ ଏସପି ୟଶପ୍ରତାପ ଶ୍ରିମାଲ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନୂତନ ଏସପିଙ୍କ ଯୋଗଦାନ ପରେ ଜିଲ୍ଲା ପୋଲିସ୍ ଏବେ ସକ୍ରିୟ ହୋଇ ଥିବାରୁ ଆଗକୁ ବିଗତ ଦିନର ବଡ଼ ବଡ଼ କ୍ରାଇମ୍ ର ଖୁଲସା ହେବ ବୋଲି ସାଧାରଣ ଲୋକଙ୍କ ଭରସା ବଢ଼ିଥିବା ବୁଦ୍ଧିଜିବୀ ଙ୍କ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ