Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ସମାରୋହରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଡିଜିପି ସମେତ ବହୁ ବରିଷ୍ଠ ଅଧିକାରୀ ସମେତ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ଜଷ୍ଟିସ ଶରଣ ସିଂ ଏହା ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିଲେ ।

ଜଷ୍ଟିସ ସିଂ ୧୯୬୩ ମସିହା ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ୍ ସେଣ୍ଟର)ରୁ ଏଲ୍‌ଏଲ୍‌.ବି. ଡିଗ୍ରି ହାସଲ କରିବା ପରେ ୧୯୯୦ ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେ ମୁଖ୍ୟତଃ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ଶ୍ରମ ଆଇନ ଅନ୍ତର୍ଗତରେ ଆସୁଥିବା ଅପରାଧିକ ମାମଲାର ପରିଚାଳନା କରୁଥିଲେ । ଆଇନଜୀବୀ ପେସାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପାଟନା ହାଇକୋର୍ଟର କାଉନସେଲ ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ। ସେ ମେଡିଏଟରର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ ଓ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା।

୨୦୧୨ ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ୨୦୨୩, ଫେବ୍ରୁଆରି ୬ରେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଥିଲା।୨୦୨୩, ନଭେମ୍ବର ୨ରେ ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ