Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ

କଟକ:ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି।ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ଏହା ଠାରୁ ଦୂରେଇ ରଖି ସରକାର ବିଡିଓ ମାନଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚ୍ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲେଇଥିଲେ। ଏପରିକି ଏହି ଯୋଜନାରେ ସରପଞ୍ଚ୍ ମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧି ମାନେ ଆବେଦନ କରିଥିଲେ । ଆବେଦନ ସପକ୍ଷରେ ଯାଇ ହାଇକୋର୍ଟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ରାୟ ଆଜି ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ