Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ମହୋତ୍ସବନ ଭିନ୍ ଭିନ୍ ଦିକକେ ନେଇ ଜମବା ଆସର

ସମ୍ବଲପୁର:ସମ୍ବଲ୍‌ପୁର୍‌ ମହୋତ୍ସବ୍‌ ଅବସରରେ ହେବାକୁ ଥିବା ଆଲୋଚନା,କର୍ମଶାଳା ଓ ସମ୍ବଲ୍‌ପୁରୀ କବିତା ପାଠ ବାବଦରେ ଭାଷା ଓ ସାହିତ୍ୟ କମିଟିରେ ନିଷ୍ପତ୍ତି ହୋଇଛି। ଆସନ୍ତା ଫେବୃଆରୀ ୮ ତାରିଖରୁ ଆରମ୍ଭ ହେବାକୁ ଥିବା ସମ୍ବଲ୍‌ପୁର ମହୋତ୍ସବର ଦ୍ବିତୀୟ ଦିବସରେ ୯ ତାରିଖ ଦିନ ୧୦ ଟାରୁ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନ ହେବ। ଏହାର ବିଷୟବସ୍ତୁ ରହିଛି ‘ପଶ୍ଚିମାଂଚଳର ସମୃଦ୍ଧ ଅତୀତକୁ ଇତିହାସରେ ଉପଯୁକ୍ତ ସ୍ଥାନ ଦିଆଯାଇଛି କି? ‘।
ସେହିଦିନର ଦ୍ବିତୀୟ ଅଧିବେଶନରେ ପୂର୍ବାହ୍ନ ୨ ଟାରୁ ‘ପଶ୍ଚିମାଂଚଳର ଲୋକବିଦ୍ୟା,ଲୋକବିଶ୍ବାସ ଓ ଲୋକ ବିଜ୍ଞାନକୁ ସଠିକ୍‌ ଭାବରେ ଲିପିବଦ୍ଧ କରାଯାଇଛି କି? ‘ ବିଷୟରେ ଭାବବିଚାର ହେବ।
ଆଲୋଚନାର ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ‘ସମ୍ବଲପୁରୀ ଭାଷାର ସରକାରୀ ଓ ସାମ୍ବିଧାନିକ ସ୍ବୀକୃତିରେ ବାଧକ କିଏ?’ ବଷୟକ ଆଲୋଚନା ହେବ। ପରେ ପରେ ‘ପଶ୍ଚିମାଂଚଳର ଗୀତ-ନୃତ୍ୟ-ବାଦ୍ୟର ସ୍ବରଲିପି,ନୃତ୍ୟଲିପି ଓ ବାଦ୍ୟଲିପିର ଆବଶ୍ୟକତା’ ବିଷୟକ ଆଲୋଚନା ହେବ। ୧୦ ତାରିଖ ଦ୍ବିତୀୟ ଅଧିବେଶନରେ ‘ପଶ୍ଚିମାଂଚଳର ମୃତ୍ତିକା ଉପଯୋଗୀ ଚାଷ’ ବିଷୟରେ ବିଚାର ବିମର୍ଷ ହେବାକୁ ସ୍ଥିର ହୋଇଛି।
ସେହିପରି ୧୧ ତାରିଖ ରବିବାର ଦିନ ସକାଳ ୧୦ ଟାରୁ ସଧ୍ୟ୍ୟା ପର୍ଯ୍ୟନ୍ତ ମୂଖ୍ୟ ମଂଚରେ ସମ୍ବଲପୁରୀ କବିତା ପାଠ ଅନୁଷ୍ଠିତ ହେବ। ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହା ବ୍ୟତୀତ ଆସନ୍ତା ୪ ତାରିଖ ଦିନ ସକାଳ ୧୦ ଟାରୁ ୨ ଟା। ପର୍ଯ୍ୟନ୍ତ ସ୍କୁଲ୍‌ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ହେବ। ଏହା ୫ ଟି ବର୍ଗରେ ଅନୁଷ୍ଠିତ ହେବ। ଏହା ପାଇଁ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ବିଷୟରେ ଚିତ୍ର ଅଂକନ କରାଯିବାକୁ ଦିଆଯିବ। ଅଂଶ ଗ୍ରହଣକାରୀ ସମସ୍ତଙ୍କୁ ପ୍ରମାଣପତ୍ର ସହ ପ୍ରତି ବର୍ଗର ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ମହୋତ୍ସବର ମଂଚରେ ଟ୍ରଫି ଓ ପ୍ରମାଣପତ୍ର ଦିଆଯିବ। ମହୋତ୍ସବର ଆରମ୍ଭ ଦିନ ୮ ତାରିଖରେ ସକାଳ ୧୧ ଟାରୁ ବୀର୍ସା ମଏଦାନ,ପିଏଚ୍‌ଡ଼ି ପଡ଼ିଆଠାରେ ଝୁଟି-ଅଲ୍‌ପିନା-ରଂଗୋଲୀ ପ୍ରତିଯୋଗିତା ହେବ। ମହୋତ୍ସବ ସମୟରେ ପ୍ରଦର୍ଶନୀ କକ୍ଷରେ ପ୍ରଦର୍ଶନ ପାଇଁ ନିଜ ଚିତ୍ରକଳା,ଚାରୁକଳା,ହସ୍ତକଳା କୃତି ତଥା ଅଂକିତ ଚିତ୍ରକୁ ଆୟୋଜକମାନକଙ୍କ ଠାରେ ଜମା ଦେବାକୁ ଅନୁରୋଧ କରାଯାଇଛି। କଳାକୃତି ଦେଇଥିବା ସମସ୍ତ କଳାକାରଙ୍କୁ ମୁଖ୍ୟ ମଂଚରେ ସାର୍ଟିଫିକେଟ ଓ ମେମେଣ୍ଟୋ ସହ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିରକୃତ ହୋଇଛି।