Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରମାଗତ ଷଷ୍ଠ ଥର ପାଇଁ ଅପରିବର୍ତିତ ରହିଲା ରେପୋ ରେଟ୍‌, ନିରାଶ ଗ୍ରାହକ

ନୂଆଦିଲ୍ଲୀ: କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତିତ କରିଛି କେନ୍ଦ୍ରୀୟ ବ୍ୟାଙ୍କ । ଫଳରେ ବ୍ୟାଙ୍କ ଗ୍ରାହକମାନଙ୍କୁ ନିରାଶ ହେବାକୁ ପଡିଛି । ଫଳରେ ଆପଣଙ୍କୁ ଘର ଲୋନ, ଗାଡି ଲୋନ, ପର୍ସନାଲ ଲୋନ ଉପରେ ମାସିକ କିସ୍ତି କମିବ ନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୁଦ୍ରା ନୀତି ସମିତି(ଏମପିସି)ର ସଦସ୍ୟ ଡ. ଶଶାଙ୍କ ଭିଡେ, ଡ. ଆଶିମା ଗୋଏଲ, ଡ. ରାଜୀବ ରଞ୍ଜ. ଡ. ମାଇକେଲ୍ ଦେବବ୍ରତ ପାତ୍ର ଓ ଶକ୍ତିକାନ୍ତ ଦାସ ନୀତିଗତ ରେପୋ ରେଟକୁ ଅପରିବର୍ତିତ କରିବା ସପକ୍ଷରେ ମତ ଦେଇଛନ୍ତି । ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ଆରବିଆଇ। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର ଋଗଓ ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡିଛି।

ଗଭର୍ଣ୍ଣର କହିଛନ୍ତି, ଆରବିଆଇର ଏହି ନିଷ୍ପତିରେ ଘରୋଇ ସୁଧାରର ସଙ୍କେତ ଦେଖିବାକୁ ମିଳିଛି । ୨୦୨୪-୨୫ ପାଇଁ ବାସ୍ତବିକ ଜିଡିପି ୭ ପ୍ରତିଶତରେ ରହିବ ବୋଲି ଅନୁମାନ କରାଯାଉଛି । ଜୁନ ଓ ସେପ୍ଟେମ୍ବରରେ ବୃଦ୍ଧି କ୍ରମଶଃ ୭.୨ ପ୍ରତିଶତ ଓ ୬.୮ ପ୍ରତିଶତ ରହିପାରେ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ