Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୦ରେ ସମ୍ବଲପୁରରେ ଖୋଲିବ ଶ୍ରୀଲେଥର୍ସ ଶାଖା

ସମ୍ବଲପୁର: କଲିକତା ର ନାମୀ ଦାମୀ ଜୋତା ଓ ଆସେସରିଜ୍ କମ୍ପାନୀ ଶ୍ରୀଲେଥର୍ସ ଆସନ୍ତା ୧୦ ତାରିଖ ଶନିବାର ଦିନ ତାର ୪୮ ତମ ଶାଖା ସମ୍ବଲପୁରରେ ତାତ ବ୍ୟବସାୟ ଆରମ୍ଭ କରିବ I ସ୍ଥାନୀୟ ଅଇଁଠାପାଲି ଛକରେ ଥିବା ଶାଖା ପରିସରରେ ଏନେଇ ଆଜି କମ୍ପାନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦିଆଯାଇଥିଲା I ଏହି ସାମ୍ବାଦିକ ସମ୍ବିଳନୀରେ ରୋୖନକରାଜ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଗୌତମ ଚେଳ, ଶ୍ରୀଲେଥର୍ସ କମ୍ପାନୀର ଡିଲରସିପ୍ ପରିଚାଳକ ସୁମନ ସିଂ ଏବଂ ସୋହନ ଦାସ ଗୁପ୍ତା ଉପସ୍ଥିତ ଥିଲେ I ଉଦଘାଟନ ଦିନ ୧୧୯୯ ଟଙ୍କା ର କ୍ରୟ ଉପରେ ପ୍ରଥମ ୨ ହଜାର ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ୪ ଶହ ଟଙ୍କା ମୂଲ୍ୟର ନିଶ୍ଚିତ ଉପହାର ପ୍ରଦାନ କରାଯିବ ବୋଲି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚେଲ ପ୍ରକାଶ କରିଛନ୍ତି I