Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ନବାଗତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ

ସମ୍ବଲପୁର(ବୁର୍ଲା):ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ ସଚେତନତା ଶିବିର ବୁର୍ଲା ପିଡବ୍ଲୁଡି କଲୋନୀ ଓ କ୍ରସର ପଡା ଠାରେ ୱାର୍ଡ ନଂ ୬ ଏବଂ ୭ ରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ପୁର୍ବତନ ବିଧାୟିକା ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗର  ପ୍ରଫେସର ସମାଜସେବୀ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଅଂଶ ଗ୍ରହଣ କରି କୁନି କୁନି ପିଲାଙ୍କ ନୃତ୍ୟ,ଚିତ୍ରାଙ୍କନ ଓ ମହିଳା ମାନଙ୍କ ରଙ୍ଗୋଲି ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରସ୍କୃତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଶହ  ଶହ ବସ୍ତି ବାସିନ୍ଦା ମାନେ ଓ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ମହାନଗର  ନିଗମର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ କୁନି କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋଜ୍ଞ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories