ବୁର୍ଲାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ନବାଗତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ


ସମ୍ବଲପୁର(ବୁର୍ଲା):ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ ସଚେତନତା ଶିବିର ବୁର୍ଲା ପିଡବ୍ଲୁଡି କଲୋନୀ ଓ କ୍ରସର ପଡା ଠାରେ ୱାର୍ଡ ନଂ ୬ ଏବଂ ୭ ରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ପୁର୍ବତନ ବିଧାୟିକା ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗର  ପ୍ରଫେସର ସମାଜସେବୀ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଅଂଶ ଗ୍ରହଣ କରି କୁନି କୁନି ପିଲାଙ୍କ ନୃତ୍ୟ,ଚିତ୍ରାଙ୍କନ ଓ ମହିଳା ମାନଙ୍କ ରଙ୍ଗୋଲି ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରସ୍କୃତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଶହ  ଶହ ବସ୍ତି ବାସିନ୍ଦା ମାନେ ଓ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ମହାନଗର  ନିଗମର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ କୁନି କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋଜ୍ଞ ହୋଇଥିଲା।