ଭୁବନେଶ୍ୱର: ଆଜି ବିଧାନସଭାରେ ଉଠିଛି ସାମ୍ବାଦିକଙ୍କ ପ୍ରସଙ୍ଗ।ବିଧାନସଭାର ଶୂନ୍ୟକାଳରେ ସାମ୍ବାଦିକଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସବୁ ରାଜ୍ୟ ଭଳି ଓଡ଼ିଶାରେବି ସାମ୍ବାଦିକଙ୍କୁ ପେନସନ ଯୋଗାଇ ଦିଆଯାଉ ବୋଲି ନରସିଂହ ସରକାରଙ୍କ ଠାରେ ଅନୁରୋଧ କରି କହିଛନ୍ତି । ଏହାସହିତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ବୋଲି ନରସିଂହ କହିଛନ୍ତି ।
ବିଧାନସଭାରେ ସାମ୍ବାଦିକ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର
