ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତ ର ଖୁଣ୍ଟୁଲାପାଲି ଗ୍ରାମର ହନୁମାନ ଛକ ପଡ଼ିଆରେ ହେଉଥିବା ୧୦ ମ ମା ‘ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ମୁର୍ଷୁଣ୍ଢି କୁ ହରାଇ ନୂଆଁପାଲି ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ ଟି ତିନୋଟି ଫର୍ମାଟ ରେ ଖେଳ ହୋଇଥିଲା । ପ୍ରଥମ ଫର୍ମାଟ ରେ ମୁର୍ଷୁଣ୍ଢି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୮୮ ରନ କରିଥିଲା । ଜବାବରେ ନୂଆଁପାଲି ଦଳ ଆବଶ୍ୟକୀୟ ୮୯ ରନ କୁ ୮.୪ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରିଥିଲା । ଦ୍ଵିତୀୟ ଫର୍ମାଟ ରେ ନୂଆଁପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୬୮ ରନ କରିଥିବା ବେଳେ ମୁର୍ଷୁଣ୍ଢି ଦଳ ଆବଶ୍ୟକୀୟ ୬୯ ରନ କୁ ୬.୪ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରିଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ତୃତୀୟ ଫର୍ମାଟ ଖେଳ ହୋଇଥିଲା । ଏଥିରେ ନୂଆଁପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭର ରେ ୩ ଉଇକେଟ ହରାଇ ୬୦ ରନ କରିଥିଲା । ଜବାବରେ ମୁର୍ଷୁଣ୍ଢି ଦଳ ନିର୍ଦ୍ଧାରିତ ୪ ଓଭର ରେ ୪ ଉଇକେଟ ହରାଇ ୫୨ ରନ କରିଥିଲା । ଫଳରେ ନୂଆଁପାଲି ଦଳ ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବାଘର ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବୀରମହାରାଜପୁର ଆତ୍ମା ଅଧ୍ୟକ୍ଷ ବିବସ୍ୱତି ପଣ୍ଡା , ଆଇନଜୀବୀ ରାଧାକାନ୍ତ ମହାକୁର , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉତ୍ତର କୁମାର ପାତ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ , କ୍ରୀଡାବିତ ରଞ୍ଜନ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମ ଫର୍ମାଟ ପାଇଁ ନୂଆଁପାଲି ର ବଂଶୀ , ଦ୍ଵିତୀୟ ଫର୍ମାଟ ପାଇଁ ମୁର୍ଷୁଣ୍ଢି ର ଭୀମ ଗର୍ଡ଼ିଆ , ତୃତୀୟ ଫର୍ମାଟ ପାଇଁ ନୂଆଁପାଲି ର ରମେଶ ଙ୍କୁ ମ୍ୟାନ ଅଫ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ନୂଆଁପାଲି ର ରଞ୍ଜିତ ଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି , ଶ୍ରେଷ୍ଠ ବୋଲର ଓ ଶ୍ରେଷ୍ଠ ବ୍ୟାଟର , ଭୀମ ଗର୍ଡିଆ ଙ୍କୁ ଶ୍ରେଷ୍ଠ ୱିକେଟ କିପର , କୋଟସମଲାଇ ର ରୋହିତ ଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ନୂଆଁପାଲି ଦଳକୁ ନଗଦ ୨୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅଫ ମୁର୍ଷୁଣ୍ଢି ଦଳକୁ ନଗଦ ୧୨ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ଖେଳରେ ପ୍ରତ୍ୟୁଷ ରଞ୍ଜନ ମିଶ୍ର ଓ ଗଣେଶ ଭରାସାଗର ଅମ୍ପାୟାର , ବିଭୂତି ଭୂଷଣ ରାଜହଂସ ଓ ବିଜୟ ମେଣ୍ଡିଲି ସ୍କୋରିଙ୍ଗ ଏବଂ ଜଗନ୍ନାଥ ପ୍ରଧାନ ଧରବିବରଣି ପ୍ରଦାନ କରିଥିଲେ ।
ଖୁଣ୍ଟୁଲାପାଲି ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁର୍ଷୁଣ୍ଢି କୁ ହରାଇ ନୂଆଁପାଲି ଦଳ ଚାମ୍ପିଅନ ଘୋଷିତ
