ସମ୍ବଲପୁର ଜିଲ୍ଲା ୬୬୨ବର୍ଗ ମହାବିଦ୍ୟାଳୟ ଗୁଡିକରେ ପ୍ରତିକାତ୍ମକ ଧାରଣା


ସମ୍ବଲପୁର:ସମ୍ବଲପୁର ଜିଲ୍ଲା ୬୬୨ ବର୍ଗର କଲେଜ ଗୁଡିକରେ ରାଜ୍ୟ ସଂଗଠନର ନିଷ୍ପତ୍ତି କ୍ରମେ ପ୍ରତିକାତ୍ମକ ଧାରଣା ଲାଗି ରହିଛି। ପ୍ରକାଶ ଥାଉକି ନିଖିଳ ଓଡିଶା ୬୬୨ବର୍ଗ (+୨ ଓ +୩)ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଚାରିଦଫା ଦାବିନେଇ ଦୀର୍ଘ ୩୬୫ଦିନ ହେଲା ଭୂବନେଶ୍ୱରରେ ଧାରଣା ତଥା ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଗତ ୫ ତାରିଖ ହୋଇଥିବା ମହାସମାବେଶରେ ବିକ୍ଷୋଭ ପ୍ରଦର୍ଶନ ଏବଂ ୦୬ ତାରିଖ ଦିନ ସରକାରଙ୍କ ସହ ଆଲୋଚନା ପରେ ସାମୟିକ ଭାବରେ ଆନ୍ଦୋଳନକୁ ସ୍ଥଗିତରଖି ସଂଘର ନିଷ୍ପତ୍ତି କ୍ରମେ ରାଜ୍ୟର ୬୬୨ବର୍ଗର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରତିଦିନ ଏକଘଣ୍ଟା କାର୍ଯ୍ୟବନ୍ଦ କରାଯିବା ସହ ଅଧ୍ୟାପକ ଓ କର୍ମଚାରୀମାନେ ଚାକିରିରେ ଯୋଗଦାନ ଦିନ ଅନୁଯାଇ ପେନସନ ପ୍ରଦାନ,ସମାନ ଗ୍ରେଡ୍‌ ପେକୁ ସମାନ ଦରମା ପ୍ରଦାନ,୨୦୧୮ ଜି. ଓ ଅନ୍ତର୍ଗତ ସମସ୍ତ କର୍ମଚାରୀଙ୍କୁ ୭ମ ବେତନ ପ୍ରଦାନ ଓ ଅସଙ୍ଗତିରେ ବାଦ୍‌ ପଡିଥିବା ପଦବୀକୁ ଅନୁଦାନ ପ୍ରଦାନ ଭଳି ଚାରିଦଫା ଦାବି ପୂରଣ ନିମନ୍ତେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବା ସହ ସରକାର ଏଭଳି ପାତରଅନ୍ତର ଓ ଶିକ୍ଷା ମାରଣ ନୀତି ବିଷୟରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।ଏହି କ୍ରମରେ ଗତ ତିନିଦିନ ହେଲା ସମ୍ବଲପୁର ଜିଲ୍ଲାର ୨୨ଟି +୨ ଓ +୩ କଲେଜରେ ୩୦୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ ଓ କର୍ମଚାରୀ ନିଜ ନିଜ କଲେଜ ପରିସରରେ ଏହି ପ୍ରତିକାତ୍ମକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାରେ କୌଣସି ବ୍ୟାଘାତ ନଘଟାଇ ଏହିଭଳି ପ୍ରତିକାତ୍ମକ ଧାରଣା ଚାଲିବ ଏବଂ ଧାର୍ଯ୍ୟ ସମୟକାଳ ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ଗ୍ରହଣଯୋଗ୍ୟ ନିଷ୍ପତ୍ତି ନିଆ ନଗଲେ ଆନ୍ଦୋଳନକୁ ବ୍ୟାପକ କରାହେବ ତଥା ପରିଣାମ ପାଇଁ ସରକାର ଦାୟି ରହିବେ ବୋଲି ଜିଲ୍ଲା ସଂଯୋଜକ ତଥା ରାଜ୍ୟ ଉପସଭାପତି ଅଶୋକ କୁମାର ପୁରୋହିତ ଓ ଜିଲ୍ଲା ଆବାହକ ବିଶ୍ୱପତି ବେହେରା ପ୍ରକାଶ କରିଛନ୍ତି।