Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ.ପ୍ରମୋଦ ରଥଙ୍କୁ ବିଜେପି ହୀରାକୁଦ ମଣ୍ଡଳ ପକ୍ଷରୁ ସ୍ୱାଗତ

ସମ୍ବଲପୁର: ବିଜେପି ର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୀରାକୁଦ ମଣ୍ଡଳ ପକ୍ଷରୁ ଆଜି ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିକଟ ଅତୀତରେ ବିଜେପି ରେ ଯୋଗଦାନ କରିଥିବା ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ ଙ୍କୁ ମଣ୍ଡଳ ବିଜେପି ପକ୍ଷରୁ ସ୍ୱାଗତ ଓ ସମ୍ମର୍ଦ୍ଧିତ କରାଯାଇଛି । ମଣ୍ଡଳ ସଭାପତି ମନୋଜ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ରେ ବିଜେପି ର ସାଂଗଠାନିକ ସ୍ଥିତି ଓ ଅଞ୍ଚଳ ର ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଦଳ କୁ ମଜଭୁତ ଓ କାର୍ଯ୍ୟକର୍ତ୍ତା ଙ୍କୁ ସକ୍ରୀୟ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତ କୁ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ମନୋଜ କୁମାର ସ୍ୱାଇଁ, ହୀରାକୁଦ ମଣ୍ଡଳ ସଧାରଣ ସମ୍ପାଦକ ଅନୁପ ମିଶ୍ର ଓ ଚକ୍ର ସେଠି, ଜିଲ୍ଲା ଉପସଭାପତି ନାରାୟଣ ପଣ୍ଡା, ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ସଂଯୁକ୍ତା ଆଚାର୍ଯ୍ୟ, ସମ୍ପାଦିକା ଶେଫାଳି ସେଠି, କବି ସୂର୍ଯ୍ୟ ଗୌଡ଼, ଅମର ଗୌଡ଼, ସୁଧୀର ମିଶ୍ର, ସନାତନ କଣ୍ଟା, ଅଶ୍ୱିନୀ ରାଉତ, ସୁମିତ ଚୌଧୁରୀ, ସମୀର ଲୁହାର, ସୁରେନ୍ଦ୍ର ସାହୁ, ସନ୍ତୋଷ ନାୟକ, ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ