Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲ୍‌ପୁର୍‌ ମହୋତ୍ସବରେ ଶ୍ରୀଧର ମାର୍ଥାଙ୍କୁ ‘ଲୋକଶ୍ରୀ’ ସମ୍ମାନ

ସମ୍ବଲପୁର:ସମ୍ବଲପୁର ଅଇଁଠାପାଲି ବୀର୍‌ସା ମଇଦାନରେ ଠାରେ ଚାଲିଥିବା ସମ୍ବଲ୍‌ପୁର ମହୋତ୍ସବରେ ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କୁ ସମ୍ମାନଜନକ ‘ଲୋକଶ୍ରୀ’ ରେ ଭୁଷିତ କରାଯାଇଛି। ପଶ୍ଚିମାଂଚଳର ସାଂସ୍କୃତିକ ଅସ୍ମିତାକୁ ଜାହିର କରୁଥିବା ଏହି ସାଂସ୍କୃତିକ ମହା ସମାରୋହେ ଜି. ଏମ୍‌. ୟୁନିଭରସିଟୀର କୂଳପତି ପ୍ରଫେସର୍‌ ଏନ୍‌. ନାଗରାଜୁ ଶ୍ରୀ ମାର୍ଥାଙ୍କୁ ଏହି ସମ୍ମାନ ପ୍ରଦର୍ଶନ କରିଛନ୍ତି। ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ବାର୍ଷିକୀୟ ସାଂସ୍କୃତିକ ମହା କୁମ୍ଭର ଏହି ସମ୍ବର୍ଦ୍ଦନା ଗ୍ରହଣ କରି ଶ୍ରୀ ମାର୍ଥା ସମ୍ବଲପୁର ଅଂଚଳ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ପଶ୍ଚିମାଂଚଳର ସଂସ୍କୃତି ଅନନ୍ୟ ଓ ଏହା ସମସ୍ତଙ୍କୁ ଆପଣାର କରିପାରେ। କେବଳ ସମ୍ବଲପୁରୀ ଗୀତନୃତ୍ୟବାଦ୍ୟ ନୁହେଁ ଏ ଅଂଚଳର ପର୍ବପବାର୍ଣୀ ଓ ଲୋକ ଚଳନୀରେ ସ୍ବତନ୍ତ୍ର ଆକର୍ଷଣ ରହିଛି। ଏହା ‘ସହନୋ ଭବତୁ’ ଭଳି ବୈଦିକ ମନ୍ତ୍ରର ପ୍ରତିପାଳନ କରିଥାଏ। ଏହି ଅବସରରେ ସେ କେତେକ ବଡ଼ ଘୋଷଣା ମଧ୍ୟ କରିଛନ୍ତି।
ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଏକ ପୂର୍ଣାଙ୍ଗ ସିନେମା କରିବାକୁ ସେ ଟାଇଟିଲ୍‌ ରେଜିଷ୍ଟ୍ରେସନ୍‌ କରିଥିବା ପ୍ରକାଶ କରିଛନ୍ତି। ଏହା ପ୍ରଥମେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ହେବ। ସେ ଆଉ ଏକ ଘୋଷଣା କରିଛନ୍ତି ଯେ ବହୁ ଶୀଘ୍ର ସମ୍ବଲପୁରୀ ଭାଷାରେ ଏଫ୍‌. ଏମ୍‌. ରେଡ଼ିଓ କରିବେ। ଏହା ମାଧ୍ୟମରେ ଅଂଚଳର ସଂସ୍କୃତିକୁ ବିଶ୍ବ ଦରବାରରେ ପହଂଚାଇ ହେବ। ଏହି ସମ୍ବର୍ଦ୍ଦନାରେ ସ୍ଥାନୀୟ ବିଧାୟକ ଇଂ. ରୋହିତ ପୂଝାରୀ,ସମ୍ବଲପୁର ମହୋତ୍ସବ ଆୟୋଜନ କମିଟୀର କର୍ମକର୍ତ୍ତା ପାର୍ବତୀ ସେଠ୍‌, ସଦାନନ୍ଦ ପଣ୍ଡା,ରାମାଶିଷ ତ୍ରିପାଠୀ,ବିଦ୍ୟୁତପ୍ରଭା ମିଶ୍ର,ସ୍ବୟଂଜିତ ପଟ୍ଟନାୟକ,ଭାସ୍କର ଭଟ୍ଟାଚାର୍ଚ୍ୟ,ରାଜକୁମାର ଜାଲ୍‌,ଧରଣୀଧର ନାଥ,ସୁମନ୍ତ ଆଚାର୍ଯ୍ୟ,ଅଭୟ ପ୍ରଧାନ,ପ୍ରମୂଖ ଉପସ୍ଥିତ ଥିଲେ। ପରେ ପରେ ଜାମ୍‌ସେଦ୍‌ପୁରର ନୃତ୍ୟ ଦଳ ‘ସମଲେଇ ଗୁଡ଼ିର ଥାପ୍‌ନା କଥା’ ନୃତ୍ୟାଭିନୟକୁ ଅତି ଚିତାକର୍ଷକ ଭାବେ ପରିବେଷଣ କରିଥିଲେ। ଗାୟତ୍ରୀ ଗ୍ରୁପ୍‌ ଅଫ୍‌ ଏଜୁକେସନାଲ୍‌ ଇଷ୍ଟିଚ୍ୟୁସନ୍ସ୍‌ ତରଫରୁ ରଙ୍ଗାରଙ୍ଗ୍‌ ‘ଶ୍ରୀରାମ ମନ୍ଦିର’ କଥା ପ୍ରଦର୍ଶିତ ହୋଇଥିଲା।

More Stories